ଆମେରିକାରେ ବ୍ରାଜିଲ କରୋନା ଭାଇରସ!

ୱାଶିଂଟନ,୨୬ ।୧: କରୋନା ମାହାମରୀ ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଆମେରିକା । ଏବେ ପୁଣିଥରେ ଆମେରିକାବାସୀଙ୍କ ଚିନ୍ତା ବୃଦ୍ଧି ପାଇଛି । ଗଣମାଧ୍ୟମର ସୂଚନା ଅନୁଯାୟୀ ବ୍ରାଜିଲରେ ମିଳିଥିବା କରୋନା ଭାଇରସର ନୂଆ ଷ୍ଟ୍ରେନ୍ ଏବେ ଆମେରିକାରେ ଦେଖାଯାଇଛି । ଏହି ନୂଆ ଷ୍ଟ୍ରେନ୍ ଦ୍ରୁତ ଗତିରେ ବ୍ୟାପୁଥିବା ବେଳେ ଏଥିରେ ଏବେକାର କରୋନା ଭ୍ୟାକ୍ସିନ ଆଂଶିକ ଭାବେ କାମ କରିବ ବୋଲି କୁହାଯାଉଛି । ସୂଚନାଯୋଗ୍ୟ, ବ୍ରାଜିଲରେ ମିଳିଥିବା ନୂଆ କରୋନା ଭାଇରସ ଷ୍ଟ୍ରେନର ନାମ ରଖାଯାଇଛି ପି୧ । ଏହା ଆମେରିକାର ମିନ୍ନୋସୋଟା ରାଜ୍ୟରେ ଦେଖାଯାଇଥିବା କୁହାଯାଉଛି । ବିଶେଷଜ୍ଞଙ୍କ କହିବା କଥା ହେଲା ଏହା ସାଧାରଣ କରୋନା ଭାଇରସଠାରୁ ୫୦ ପ୍ରତିଶତ ଅଧିକା ସଂକ୍ରାମକ । ବ୍ରାଜିଲ ଗସ୍ତରୁ ଫେରିଥିବା ଜଣେ ବ୍ୟକ୍ତିଙ୍କ ନିକଟରେ ଏହି ଭାଇରସ ମିଳିବା ପରେ ପ୍ରାୟ ୫୦ ଜଣଙ୍କର ର‌୍ୟାଣ୍ଡମ ଟେଷ୍ଟ କରାଯାଇଥିବା କହିଛି ଆମେରିକା ସ୍ୱାସ୍ଥ୍ୟ ବିଭାଗ । ତେବେ ନୂଆ ଷ୍ଟ୍ରେନ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଜୋ ବାଟଡେନ୍ ବିମାନ ଯାତ୍ରା ଉପରେ କଟକଣା ଲଗାଇଛନ୍ତି ।

Share