ଭାଇରାଲ ହେଲା ଅଜୟଙ୍କ ନୂଆ ଫିଲ୍ମର ଫାଷ୍ଟ ଲୁକ

ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନ ତାଙ୍କ ମୋଷ୍ଟ ଆୱେଟେଡ ମୁଭି ଭୋଲାର ଫାଷ୍ଟ ଲୁକ୍ ଜାରି କରିଛନ୍ତି । ନୂଆ ବର୍ଷରେ ଏହି ଫାଷ୍ଟ ଲୁକ ଜାରି କରି ସେ ଦର୍ଶକଙ୍କୁ ଶୁଭକାମନା ବି ଦେଇଛନ୍ତି । ଏହାସହ ସେ ଲେଖିଛନ୍ତି ‘ଭୋଲା’ର ବର୍ଷ ଆରମ୍ଭ ହେଲା । ସମସ୍ତଙ୍କୁ ହାପି ନ୍ୟୁ ଇୟର । ଭୋଲାର ଏହି ଭିଡିଓରେ କ୍ୟାମେରାରେ ଅଜୟଙ୍କ ଆଖି ନଜର ଆସିଛି । ଏହା ଖୁବ୍ ଇଂଟେଂସ ଲାଗୁଛି । ଏଥିରେ ଲେଖାଅଛି ଚଳିତ ବର୍ଷ ସମସ୍ତଙ୍କ ନଜର ରହିବ ଭୋଲା ଉପରେ । ଭୋଲାର ଏହି ନୂଆ ଲୁକ ଉପରେ ଦର୍ଶକେ କମେଣ୍ଟ ବି କରୁଛନ୍ତି ।
ଏଥିରେ ଦର୍ଶକେ ଅଜୟଙ୍କ ଆଖିକୁ ପସନ୍ଦ କରିଥିବା ବେଳେ କେହି କେହି କମେଣ୍ଟରେ ଲେଖିଛନ୍ତି ଅଜୟ ସାର ଏକ ନୂଆ ବ୍ଲକବୁଷ୍ଟର ସହ ବଡ ପରଦାକୁ ଆସୁଛନ୍ତି । ଆଉ ଜଣେ ଲେଖିଛନ୍ତି ଭୋଲା ବ୍ଲକବୁଷ୍ଟର ହେବ ।
ସୂଚନାଯୋଗ୍ୟ, ଅଜୟଙ୍କ ମୁଭି ‘ଭୋଲା’ ତାମିଲ ମୁଭି ‘କୈଥି’ର ହିନ୍ଦୀ ରିମେକ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ମୁଭିକୁ ଅଜୟ ନିଜେ ନିର୍ଦ୍ଦେଶନା ଦେଇଛନ୍ତି ।

Share