‘ଗଣପଥ’ର ଫାଷ୍ଟ ଲୁକ ରିଲିଜ, ଆକ୍ସନ ଅବତାରରେ ଟାଇଗର

ମୁମ୍ବାଇ: ବଲିଉଡର ହ୍ୟାଣ୍ଡସମ ହଙ୍କ ଆକ୍ଟର ଟାଇଗର ଶ୍ରଫ ଖୁବଶୀଘ୍ର ସିନେମାରେ ତାଙ୍କର ଯାଦୁ ଦେଖାଇବାକୁ ଆସୁଛନ୍ତି। ଅଭିନେତା ଖୁବଶୀଘ୍ର ରିଲିଜ ହେବାକୁ ଯାଉଥିବା ତାଙ୍କ ଆଗାମୀ ମୁଭିର ଫାଷ୍ଟ ଲୁକ ସେୟାର କରିଛନ୍ତି। ଟାଇଗରଙ୍କ ଆଗାମୀ ମୁଭିର ନାମ ହେଉଛି ‘ଗଣପଥ: ଏ ହିରୋ ଇଜ ବର୍ନ’। ମୋଷ୍ଟ ପପୁଲାର ଯୋଡି ଟାଇଗର ଏବଂ କ୍ରିତି ଏହି ଫିଲ୍ମରେ ପୁଣି ଥରେ ଏକାଠି ନଜର ଆସିବେ। ଗଣେଶ ଚତୁର୍ଥି ଅବସରରେ ଫିଲ୍ମର ନିର୍ମାତାମାନେ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ପୋଷ୍ଟର ସେୟାର କରି ଫିଲ୍ମରୁ ଟାଇଗର ଶ୍ରଫଙ୍କ ପ୍ରଥମ ଲୁକ ସେୟାର କରିଛନ୍ତି। ଏହି ମୁଭିରେ ଅମିତାଭ ବଚ୍ଚନ ମୁଖ୍ୟ ଭୂମିକାରେ ଅଭିନୟ କରିବେ ଏବଂ ଚଳିତ ବର୍ଷ ଅକ୍ଟୋବର ୨୦ରେ ଦଶହାରା ସମୟରେ ଏହା ମୁକ୍ତିଲାଭ କରିବ।
ମୁଖ୍ୟ ଭୂମିକାରେ ଟାଇଗର ଶ୍ରଫ, କ୍ରିତି ସାନନ ଏବଂ ଅମିତାଭ ବଚ୍ଚନଙ୍କ ଅଭିନୀତ ଫିଲ୍ମର ର୍ନିମାତାମାନେ ଶେଷରେ ଫିଲ୍ମରେ ଟାଇଗରଙ୍କ ପ୍ରଥମ ଲୁକ ସେୟାର କରିଛନ୍ତି। ଟାଇଗର ଶ୍ରଫ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ପୋଷ୍ଟର ସେୟାର କରି ଲେଖିଛନ୍ତି, ଯବ ବାପ୍ପାକା ହୈ ଉସକା ହାତ ଥାଏ େଆ ରହା ହୈ ଗଣପଥ..କରନେ ଏକ ନଇ ଦୁନିଆ କି ସୁରଓ୍ବାତ।

Share