Categories: ଜାତୀୟ

କେରଳରେ ଚିହ୍ନଟ ହେଲା ଦେଶର ପ୍ରଥମ ‘ମଙ୍କିପକ୍ସ’

ନୂଆଦିଲ୍ଲୀ,୧୪।୭: ଦେଶରେ କରୋନା ସଂକ୍ରମଣ ବଢୁଥିବା ବେଳେ ଏପଟେ ଚିନ୍ତା ବଢାଇଲାଣି ‘ମଙ୍କିପକ୍ସ’ ମାମଲା। କେରଳର କୋଲ୍ଲମରୁ ଭାରତରେ ପ୍ରଥମ ‘ମଙ୍କିପକ୍ସ’ର ମାମଲା ଚିହ୍ନଟ ହୋଇଛି । ୟୁଏଇରୁ କେରଳ ଫେରିଥିବା ଜଣେ ବ୍ୟକ୍ତିଙ୍କ ନିକଟରେ ‘ମଙ୍କିପକ୍ସ’ର ଲକ୍ଷଣ ଦେଖାଯାଇଥିଲା। ଏହାପରେ ତାଙ୍କର ନମୁନା ପରୀକ୍ଷା ହେବା ପାଇଁ ପୁଣେ ସ୍ଥିତ ଏନଆଇଭି ପଠାଇଥିଲା । ତେବେ ସେହି ବ୍ୟକ୍ତି ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିବା ଜଣାପଡିଛି । ରିପୋର୍ଟ ପଜିଟିଭ ଆସିବା ପରେ ପରୀକ୍ଷଣ ରିପୋର୍ଟ ପଜିଟିଭ୍‌ ଆସିବା ପରେ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ଏକ ଟିମ୍‌ ଗଠନ କରି କେରଳ ପଠାଇବାକୁ ନିଷ୍ପତ୍ତି ନେଇଛି ।

Share