ଆସିଲା ପ୍ରଥମ ଏମଆରଏନଏ ବୁଷ୍ଟର ଟିକା…

ନୂଆଦିଲ୍ଲୀ,୨୪।୬ : କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଶନିବାର କରୋନାର ଓମିକ୍ରନ ଭାରିଆଣ୍ଟ ପାଇଁ ଏମଆରଏନଏ ବୁଷ୍ଟର୍‌ ଟିକା ଆରମ୍ଭ କରିଛନ୍ତି। ଏକ ବିବୃତ୍ତିରେ କୁହାଯାଇଛି ବାୟୋଟେକ୍ନୋଲୋଜି ବିଭାଗ ଏବଂ ବାୟୋଟେକ୍ନୋଲୋଜି ଶିଳ୍ପ ଅନୁସନ୍ଧାନ ସହାୟତା ପରିଷଦ (ବିଆରଏସି)ର ଆର୍ଥିକ ସହାୟତାରେ ଭାରତର ପ୍ରଥମ ଏମଆରଏନଏ ଟିକା ପ୍ରସ୍ତୁତ କରାଯାଇଛି।

ବିବୃତ୍ତିରେ  ସୂଚନା ଦିଆଯାଇଛି କରେନା ଟିକାକରଣର ଶୀଘ୍ର ବିକାଶ ପାଇଁ ସରକାରଙ୍କ ଆତ୍ମନିର୍ଭର ଭାରତ ୩.୦ ପ୍ୟାକେଜ ଅନ୍ତର୍ଗତ ଡିବିଟି ଏବଂ ବିଆରଏସି ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ମିଶନ କୋଭିଡ ସୁରକ୍ଷା ଅଧୀନରେ ଜେମକୋଭାକ-ଓଏମ ହେଉଛି ପଞ୍ଚମ ଟିକା। ଏହା ପୂର୍ବରୁ ମଧ୍ୟ ଭାରତରେ ଅନେକ ଟିକା ବିକଶିତ ହୋଇଛି। ଜରୁରୀକାଳୀନ ବ୍ୟବହାର ପାଇଁ ନିକଟରେ ଏହି ଟିକା ଡ୍ରଗ କଣ୍ଟ୍ରୋଲ ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ) ରୁ ଅନୁମୋଦନ ଲାଭ କରିଛି।

Share