Categories: ଜାତୀୟ

ନାଜାଲ ଭାକ୍ସିନର ଫାଇନାଲ ପରୀକ୍ଷାକୁ ମିଳିଲା ମଞ୍ଜୁରୀ

ହାଇଦ୍ରାବାଦ,୧୩।୮: ଭାରତ ବାୟୋଟେକ୍‌ ପ୍ରସ୍ତୁତ ପ୍ରଥମ ନାଜାଲ କୋଭିଡ୍‌ ଭାକ୍ସିନର ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷାକୁ ଶୁକ୍ରବାର ଅନୁମତି ମିଳିଛି। ପୂର୍ବରୁ ୧୮ରୁ ୬୦ ବର୍ଷ ବୟସ ବର୍ଗର ଲୋକଙ୍କଠାରେ ଏହାର ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଶେଷ ହୋଇଛି। ଏହା ନିରାପଦ ଏବଂ ରୋଗ ପ୍ରତିରୋଧ ଶକ୍ତି ବଢ଼ାଉଥିବା ପ୍ରଥମ ପରୀକ୍ଷାରୁ ଜଣାପଡ଼ିଥିଲା। ଏହାର କୌଣସି ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇ ନ ଥିଲା। ଭାରତ ବାୟୋଟେକ୍‌ ପ୍ରସ୍ତୁତ ବିବିଭ ୧୫୪ କୋଭିଡ୍‌ ଟିକା ହେଉଛି ଦେଶରେ ପ୍ରଥମ ଇଣ୍ଟରନାଜାଲ ଭାକ୍ସିନ।

Share