ପ୍ରଥମେ ନା, ପରେ ହଁ

କଥାରେ ଅଛି, ‘ଆରେ ଢାମଣା, ବୁଲି ବୁଲି ପୁଣି ସେଇ ଅଗଣା।’ ଦେଖୁନାହାନ୍ତି, ଫିଲ୍ମଟିର କାହାଣୀ ବିଷୟରେ ଶୁଣିବା ପରେ ସେ ଏଥିରେ ଅଭିନୟ କରିବେ କି ନାହିଁ ସେ ନେଇ ଦୋଛକିରେ ପଡିଥିଲେ। କିନ୍ତୁ ସେପଟେ ପ୍ରଯୋଜକ ମାଇଣ୍ଡ ମେକଅପ କରିନେଇଥିଲେ ଯେ ଏହି ନାୟିକାଙ୍କୁ ସେ ଯେମିତି ହେଲେ ସାଇନ୍‌ କରାଇବେ। ଏ ବିଷୟରେ ସମ୍ପୂର୍ଣ୍ଣ କଥା ଜାଣିବା ପୂର୍ବରୁ ନାୟିକା ଜଣକ କିଏ ଜାଣିବେନି ? ସେ ହେଲେ ଇଲିୟାନା ଡି’କ୍ରୁଜ୍‌। କଥା କ’ଣ କି ନିକଟରେ ଏକ ଅନଟାଇଟଲ୍‌ଡ ଫିଲ୍ମରେ ଅଭିନୟ କରିବାକୁ ତାଙ୍କୁ ଅଫର ମିଳିଥିଲା। କାହାଣୀଟି ସିନା ତାଙ୍କର ପସନ୍ଦ ହେଲା, ହେଲେ ଏ ନେଇ ହଁ ଭରିବାକୁ ସେ ଅଡୁଆରେ ପଡିଯାଇଥିଲେ। କାରଣ ଏଥିରେ କେତୋଟି ଗରମାଗରମ ଶଟ୍‌ ଦେବାକୁ ପଡ଼ିବ। ହେଲେ କିଛି ଦିନ ପରେ ଇଲିୟାନା ଏଥିରେ ଅଭିନୟ କରିବାକୁ ରାଜି ଅଛନ୍ତି ବୋଲି ପ୍ରଯୋଜକଙ୍କୁ ଜଣାଇ ଦେଇଥିଲେ। ଶୁଣିବାକୁ ମିଳୁଛି ଯେ, ଏହି ଫିଲ୍ମ ପାଇଁ ତାଙ୍କର ପାରିଶ୍ରମିକକୁ ବଢ଼ାଇ ଦିଆଯାଇଛି। ଅନ୍ୟପକ୍ଷରେ ‘ଅନଫେୟାର ଆଣ୍ଡ ଲଭଲି’ ଟାଇଟଲବିଶିଷ୍ଟ ଏକ ସିନେମାରେ ମଧ୍ୟ ଇଲିୟାନା ଅଭିୟନ କରୁଛନ୍ତି। ଏହି ଫିଲ୍ମରେ ତାଙ୍କ ଅପୋଜିଟ୍‌ରେ ଅଛନ୍ତି ରଣଦୀପ ହୁଦା

Share