ପ୍ରଥମେ ନା, ପରେ ହଁ

ସୋନାକ୍ଷୀ ସିହ୍ନାଙ୍କ ଅଭିନୀତ ପ୍ରଥମ ସିନେମା ଥିଲା ‘ଦବଙ୍ଗ’। ହେଲେ ତାଙ୍କୁ ଯେତେବେଳେ ଏହି ଅଫର ମିଳିଲା ସେ ରାଜି ହୋଇ ନ ଥିଲେ। ତା’ପରେ ତାଙ୍କ କାନରେ ଏହି ସିନେମାର ନାୟକ ସଲମାନ ଖଁା କି ମନ୍ତ୍ର ଫୁଙ୍କିଲେ କେଜାଣି ସୋନାକ୍ଷୀ ଏଥିରେ ଅଭିନୟ କରିବାକୁ ରାଜି ହୋଇଥିଲେ। ଏ ନେଇ ସୋନାକ୍ଷୀ କହନ୍ତି, ‘ବଲିଉଡ୍‌ରେ ଏଣ୍ଟ୍ରି କରିବା ସମୟର ଘଟଣାକୁ ମୁଁ କଦାପି ଭୁଲି ପାରିବି ନାହିଁ। କାରଣ ସେତେବେଳେ ମୁଁ ମୋଟୀ ଥିଲି। ଓଜନ ଅଧିକ ଥିଲା। ତେଣୁ କେମିତି ଆକ୍ଟିଂ କରିବି ସେ ନେଇ ମୁଁ ନିଜକୁ ପ୍ରସ୍ତୁତ କରିପାରି ନ ଥିଲି। ହେଲେ ମୋ ଫିଜିକାଲ ଗେଟଅପରେ ଚେଞ୍ଜ ଆଣିବା ପାଇଁ ସଲମାନ ଯେଉଁ କେତୋଟି ଟିପ୍ସ ଦେଇଥିଲେ ତାହା ମୋ ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଥିଲା। ମାସ କେଇଟା ମଧ୍ୟରେ ମୁଁ ମୋ ଓଜନ ୩୦ କିଗ୍ରା କମାଇବାରେ ସକ୍ଷମ ହୋଇଥିଲି। ସେତେବେଳେ ସଲମାନ ନିଜେ ମୋତେ ଫିଜିକାଲ ଟ୍ରେନିଂ ଦେବା ସହ ଛାଇ ପରି ମୋ ପାଖରେ ରହିଥିଲେ। ଯାହାହେଉ ଶେଷରେ ମୁଁ ମୋ ସ୍ଲିମ୍‌ ଟ୍ରିମ୍‌ ମିଶନରେ ସକସେସ ହୋଇଥିଲି।’ ସୂଚନାଯୋଗ୍ୟ, ସଲମାନ-ସୋନାକ୍ଷୀ ଅଭିନୀତ ଏହି ଫିଲ୍ମଟି ବକ୍ସ ଅଫିସରେ ହିଟ୍‌ ସାବ୍ୟସ୍ତ ହୋଇଥିଲା।

 

 

Share