Categories: ଖେଳ

ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ: ଜାଣନ୍ତୁ କେବେ, କେଉଁଠି ଦେଖିବେ ଏହି ମ୍ୟାଚ୍‌…

ନୂଆଦିଲ୍ଲୀ,୨୭।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ଗୁରୁବାର ଖେଳାଯିବ। ଭାରତୀୟ ସମୟ ଅନୁଯାୟୀ ଏହି ମ୍ୟାଚ ସା୭ ଟାରୁ ଆରମ୍ଭ ହେବ। ବାରବାଡୋସର କେନ୍ସିଙ୍ଗଟନ ଓଭାଲରେ ଉଭୟ ଦଳ ମୁକାବିଲା କରିବେ। ଟେଷ୍ଟ ସିରିଜ ପରି ଦିନିକିଆ ସିରିଜରେ ଟିମ ଇଣ୍ଡିଆ ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଚାହୁଁଛି। ଏଥି ସହିତ ଆୟୋଜକ ଦଳ ମଧ୍ୟ ପ୍ରଥମ ମ୍ୟାଚ୍‌ରେ ବିଜୟ ଉପରେ ଲକ୍ଷ୍ୟ ରଖିଛି।
ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ର ରେକର୍ଡ ବିଷୟରେ ଆଲୋଚନା କଲେ, ଏପର୍ଯ୍ୟନ୍ତ ଦୁଇ ଦଳ ୧୩୯ ମ୍ୟାଚ ଖେଳିଛନ୍ତି। ଏଥିମଧ୍ୟରୁ ୱେଷ୍ଟଇଣ୍ଡିଜ ଦଳ ୬୩ ଟି ମ୍ୟାଚ୍‌ ଜିତିଥିବା ବେଳେ ଭାରତ ୭୦ ଟି ମ୍ୟାଚ୍‌ ଜିତିଛି। ଏଥି ସହିତ ୪ ଟି ମ୍ୟାଚ ଡ୍ର ହୋଇଥିବାବେଳେ ୪ ମ୍ୟାଚରେ କୌ ଣସି ଫଳାଫଳ ମିଳିପାରି ନାହିଁ।
ଲାଇଭ ପ୍ରସାରଣ ଏବଂ ଲାଇଭ ଷ୍ଟ୍ରିମିଂ କେଉଁଠି ଦେଖିବେ?
ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍‌ ଡିଡି ସ୍ପୋର୍ଟସ ଚ୍ୟାନେଲରେ ପ୍ରସାରିତ ହେବ। ଏଥି ସହିତ, ଏହି ମ୍ୟାଚର ଅନ୍‌ଲାଇନ ଲାଇଭ ଷ୍ଟ୍ରିମିଂ ଜିଓ ସିନେମା ଆପ୍‌ ଏବଂ ଫାନ୍‌କୋଡ ଆପ୍‌ରେ କରାଯିବ।
ଭାରତର ସମ୍ଭାବ୍ୟ ଏକାଦଶ – ରୋହିତ ଶର୍ମା (କ୍ୟାପଟେନ୍‌), ଶୁବମାନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ସଞ୍ଜୁ ସାମସନ (ୱିକେଟ କିପର), ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସିରାଜ, କୁଲଦୀପ ଯାଦବ ଏବଂ ଉମରାନ ମଲିକ।
ସମ୍ଭାବ୍ୟ ୱେଷ୍ଟଇଣ୍ଡିଜ ଏକାଦଶ- ବ୍ରାଣ୍ଡାନ କିଙ୍ଗ, କାଇଲ ମାୟର୍ସ, କେସି କାର୍ଟି, ଶାଇ  ହୋପ (ଅଧିନାୟକ  ତଥା ଉଇକେଟ କିପର), ଶିମ୍‌ରନ ହେଟମିୟର, ରୋଭମାନ ପାୱେଲ, ରୋମାରିଓ ଶେଖର, ଓଶାନ ଥୋମାସ, ଅଲଜାରି ଜୋସେଫ, କେଭିନ ସିଙ୍କଲେୟାର ଏବଂ ୟାନିକ କାରିଆ
Share