ସିଙ୍ଗାପୁରରେ ପ୍ରଥମ ବିରୋଧୀ ଦଳ ନେତା ହେଲେ ଭାରତୀୟ ବଂଶୋଦ୍ଭବ

ସିଙ୍ଗାପୁର, ୧।୯(ପି.ଟି.): ସିଙ୍ଗାପୁରରେ ଭାରତୀୟ ବଂଶୋଦ୍ଭବ ରାଜନେତା ପ୍ରୀତମ ସିଂ ଇତିହାସ ରଚିଛନ୍ତି। ସେ ଦେଶର ପ୍ରଥମ ବିରୋଧୀ ଦଳ ନେତା ହୋଇଛନ୍ତି। ସୋମବାର ପାର୍ଲାମେଣ୍ଟ ତାଙ୍କୁ ଦାୟିତ୍ୱ ପ୍ରଦାନ କରିଛି। ଜୁଲାଇ ୧୦ରେ ହୋଇଥିବା ସାଧାରଣ ନିର୍ବାଚନରେ ପ୍ରୀତମ୍‌ଙ୍କ ଓ୍ବାର୍କର୍ସ ପାର୍ଟି ୯୩ଟି ଆସନରେ ଲଢ଼ି ୧୦ଟିରେ ବିଜୟୀ ହୋଇଥିଲା। ଫଳରେ ଏହି ଦଳ ସିଙ୍ଗାପୁର ସଂସଦୀୟ ଇତିହାସରେ ବୃହତ୍‌ ବିରୋଧୀ ଦଳର ମାନ୍ୟତା ହାସଲ କରିଥିଲା। ସୋମବାର ପାର୍ଲାମେଣ୍ଟ ଅଧିବେଶନ ଆରମ୍ଭ ହେବା ସହିତ ପ୍ରୀତମ୍‌ଙ୍କୁ ଦେଶର ପ୍ରଥମ ବିରୋଧୀ ଦଳ ନେତା ଭାବେ ଗୃହର ନେତା ଇନ୍ଦ୍ରାଣୀ ରାଜା ଆନୁଷ୍ଠାନିକ ସ୍ବୀକୃତି ଦେଇଛନ୍ତି।

Share