Categories: ଜାତୀୟ

ମୁମ୍ବାଇରେ ପହଞ୍ଚିଲା ପ୍ରଥମ ଅକ୍ସିଜେନ ଏକ୍ସପ୍ରେସ

ମୁମ୍ବାଇ,୨୩।୪: ବିଶାଖାପାଟଣାରୁ ଗୁରୁବାର ବାହାରିଥିବା ‘ଅକ୍ସିଜେନ ଏକ୍ସପ୍ରେସ’ ଶୁକ୍ରବାର ସନ୍ଧ୍ୟାରେ ମହାରାଷ୍ଟ୍ରର ନାଗପୁରରେ ପହଞ୍ଚିଛି। ଏଥିରେ ୭ଟି ଜୀବନ ରକ୍ଷାକାରୀ ମେଡିକାଲ ଗ୍ୟାସ ଭର୍ତ୍ତି ଟ୍ୟାଙ୍କ ରହିଛି। ୩ଟି ଟ୍ୟାଙ୍କର୍ସ ନାଗପୁର ଜଙ୍କଶନ ରେଲଓ୍ବେ ଷ୍ଟେଶନରେ ଅନ୍‌ଲୋଡ୍‌ କରାଯାଇଥିବା ଜଣାପଡ଼ିଛି।

ପ୍ରତ୍ୟେକ ଟ୍ୟାଙ୍କରରେ ୧୫ ଟନ ଲିକୁଇଡ ମେଡିକାଲ ଅକ୍ସିଜେନ ରହିଛି। ପୂର୍ବତଟ ରେଲଓ୍ବେର ଓ୍ବାଲଟର ଡିଭିଜନ ଓ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ୍‌ (ଆଇଏନ୍‌ଏଲ) ଅଧିକାରୀଙ୍କ ଯୋଗୁ ଏହା ସଫଳ ହୋଇପାରିଛି। ବର୍ତ୍ତମାନ ପରିସ୍ଥିତିରେ ଏହା ଅତ୍ୟନ୍ତ ଲାଭ ଦାୟକ ପ୍ରମାଣିତ ହେବ ବୋଲି ରେଲଓ୍ବେ ପକ୍ଷରୁ ବିବୃତିରେ କୁହାଯାଇଛି।

Share