ନୂଆଦିଲ୍ଲୀ,୧୯।୫: ଅଯୋଧ୍ୟାରେ ଭବ୍ୟ ରାମମନ୍ଦିରର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଗେଇ ଚାଲିଛି। ୨୦୨୩ ଡିସେମ୍ବରରେ ପ୍ରଥମ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ସେହି ମାସରେ ମନ୍ଦିରରେ ରାମଲଲାଙ୍କ ମୂର୍ତ୍ତି ସ୍ଥାପନ ହେବା ଯୋଜନା ରହିଛି ବୋଲି ଶ୍ରୀରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର କହିଛନ୍ତି। ଗର୍ଭଗୃହ ସମେତ ୩ ମହଲା ବିଶିଷ୍ଟ ମନ୍ଦିର ଓ ୫ ମଣ୍ଡପ କାର୍ଯ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବତନ ପ୍ରମୁଖ ସଚିବ ନୃପେନ୍ଦ୍ର କହିଛନ୍ତି। ଗ୍ରାନାଇଟ ପଥରେ ପ୍ଲିନ୍ଥ ନିର୍ମାଣ କାର୍ଯ୍ୟ ଚଳିତ ବର୍ଷ ଫେବୃୟାରୀରେ ଆରମ୍ଭ ହୋଇଥିଲା।