ଜନ ପ୍ରତିନିଧିଙ୍କୁ ପ୍ରଥମ ପର୍ଯ୍ୟାୟରେ ଦିଆଯାଉ କରୋନା ଟିକା

ହାଇଦ୍ରାବାଦ୍‌,୧୦।୧: ଭାରତରେ ସାର୍ବଜନୀକ କରୋନା ଟିକାକରଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏପରିସ୍ଥଳେ ତେଲଙ୍ଗାନାର ମୁଖ୍ୟ ଶାସନ ସଚିବ ସୋମେଶ କୁମାର ପ୍ରଥମ ପର୍ଯ୍ୟାୟ ଟିକାକରଣରେ ମନ୍ତ୍ରୀ, ଏମ୍‌ପି, ବିଧାୟକ ଏବଂ ଅନ୍ୟ ଜନ ପ୍ରତିନିଧିଙ୍କୁ ସାମିଲ୍‌ କରାଯିବା ଲାଗି ଅନୁରୋଧ କରିଛନ୍ତି। ଦେଶରେ କରୋନା ଟିକାକରଣ ପାଇଁ କ୍ୟାବିନେଟ ସଚିବ ରାଜୀବ ଗୋବାଙ୍କ ପକ୍ଷରୁ ହୋଇଥିବା ଭର୍ଚୁଆଲ୍‌ ବୈଠକରେ ସୋମେଶ ଏଭଳି କହିଛନ୍ତି। ଜନପ୍ରତିନିଧିମାନେ ବିଭିନ୍ନ କାର୍ଯ୍ୟରେ ଭିନ୍ନ ଭିନ୍ନ ଅଞ୍ଚଳକୁ ଗସ୍ତ କରିଥାନ୍ତି। ସେମାନଙ୍କକ ସୁରକ୍ଷା ପାଇଁ ପଦକ୍ଷେପ ନେବାର ଆବଶ୍ୟକତା ରହିଥିବା ସୋମେଶ କହିଛନ୍ତି। ପୂର୍ବରୁ କେନ୍ଦ୍ରୀୟ ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କୁ ତେଲଙ୍ଗାନା ସ୍ବାସ୍ଥ୍ୟମନ୍ତ୍ରୀ ଏଟାଲା ରାଜେନ୍ଦର ମଧ୍ୟ ଏଭଳି ଅନୁରୋଧ କରିଥିଲେ।

Share