ସାମ୍ନାକୁ ଆସିଲା ବିରାଟ-ଅନୁଷ୍କାଙ୍କ ଝିଅର ପ୍ରଥମ ଫଟୋ

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ବିରାଟ ସୋସିଆଲ ମିଡିଆରେ ଏକ ନୋଟ ଲେଖି ନିଜ ପ୍ରଶଂସକଙ୍କ ସହ ଏହି ଖୁସି ଖବର ବାଣ୍ଟିଛନ୍ତି। ବିରୁଷ୍କାଙ୍କ ଘରକୁ ଖୁସି ଖବର ଆସିବା ପରେ ସାଥୀ ଖେଲାଳି ଏବଂ ପ୍ରଶଂସକଙ୍କ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିରାଟଙ୍କ ଭାଇ ବିକାଶ କୋହଲି ଝିଅର ଫଟୋ ପ୍ରଥମେ ସୋସିଆଲ ମିଡିଆରେ ଛାଡିଛନ୍ତି। ଅବଶ୍ୟ ଝିଅର ଦୁଇଟି ଗୋହ ଫଟୋ ସେ ଛାଡିଛନ୍ତି। ଫଟୋ ଶେୟାର କରି ବିକାଶଙ୍କ କହିଛନ୍ତି, ଘରକୁ ଆଞ୍ଜେଲ ଆସିବାରୁ ଖୁସି ଦ୍ୱିଗୁଣିତ ହୋଇଛି। ସେହିପରି କୋହଲିଙ୍କ ଭଉଣୀ ଭାଓ୍ବନା କୋହଲି ମଧ୍ୟ ଝିଅର ପାଦ ଫଟୋ ଶେୟାର କରି ପିଉସୀ ହୋଇଥିବାରୁ ନିଜକୁ ଗୌରବାନ୍ବିତ ମନେ କରିଛନ୍ତି। ଏହା ପୂର୍ବରୁ ବିରାଟ କୋହଲି ପିତା ହେବା ପରେ ଲେଖିଛନ୍ତି, ଆମ ଦୁହଁିଙ୍କୁ ଏହା ଶେୟାର କରି ବହୁତ ଖୁସି ହେଉଛି ଯେ,ଆଜି ଅପରାହ୍ନରେ ଆମର ଝିଅ ହୋଇଛି। ଆପଣମାନଙ୍କ ଭଲ ପାଇବା ଏବଂ ମଙ୍ଗଳକାମନା ପାଇଁ ହୃଦୟରୁ ଧନ୍ୟବାଦ। ଅନୁଷ୍କା ଏବଂ ଝିଅ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଏହା ସୌଭାଗ୍ୟ ଯେ, ଜୀବନରେ ଏହି ଅଧ୍ୟାୟକୁ ଅନୁଭବ କରିବାର ସୁଯୋଗ ମିଳିଲା। ଏହି ସମୟରେ କିଛି ଜିନିଷ ବ୍ୟକ୍ତିଗତ ରଖିବା ଆମ ପାଇଁ ଉଚିତ୍‌ ହେବ ବୋଲି କୋହଲି ନୋଟ୍‌ରେ କହିଛନ୍ତି। ସୂଚନାଯୋଗ୍ୟ କୋହଲି ଏବଂ ଅନୁଷ୍କା ୨୦୧୭ ଡିସେମ୍ବର ୧୧ରେ ଇଟାଲୀରେ ବିବାହ କରିଥିଲେ। ଗତ ଅଗଷ୍ଟରେ ଉଭୟ ମାତାପିତା ହେବା ନେଇ ସୋସିଆଲ ମିଡିଆରେ ଘୋଷଣା କରିଥିଲେ। ଅନୁଷ୍କାଙ୍କୁ ସମୟ ଦେବା ପାଇଁ ବିରାଟ କୋହଲି ଅଷ୍ଟ୍ରେଲିଆ ଗସ୍ତରୁ ଅଧାରୁ ପଳାଇ ଆସିଥିଲେ।