ଗୋଟିଏ ଦଶକ ପରେ ନ୍ୟୁୟର୍କରେ ପ୍ରଥମ ପୋଲିଓ ଆକ୍ରାନ୍ତ ଚିହ୍ନଟ

ନ୍ୟୁୟର୍କ,୨୨ ।୭: ଦଶ ବର୍ଷ ପୂର୍ବେ ଆମେରିକାକୁ ପୋଲିଓ ମୁକ୍ତ ଘୋଷଣା କରାଯାଇଥିଲା । ଏବେ ୧୦ ବର୍ଷ ପରେ ନ୍ୟୁୟର୍କର ରକଲ୍ୟାଣ୍ଡ କାଉଣ୍ଟିରେ ଜଣେ ଯୁବକଙ୍କ ନିକଟରେ ପୋଲିଓ ଭୂତାଣୁ ମିଳିଛି । ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀ ଗୁରୁବାର ୨୧ ଜୁଲାଇରେ ଯାଞ୍ଚ ପରେ ଏହି ସୂଚନା ଦେଇଛନ୍ତି । ଆମେରିକାକୁ ପୋଲିଓ ମୁକ୍ତ ଘୋଷଣାର ୧୦ ବର୍ଷ ପରେ ଏହା ପ୍ରଥମ ଘଟଣା ।

‘ଦ ୱାଶିଂଟନ ପୋଷ୍ଟ’ର ରିପୋର୍ଟ ଅନୁଯାୟୀ, ୨୦ ବର୍ଷୀୟ ପୋଲିଓ ଆକ୍ରନ୍ତ ଏହି ଯୁବକଙ୍କୁ ଜୁନରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାୟ ୧ ମାସଧରି ତାଙ୍କର ଯାଞ୍ଚ କରାଯାଇଥିଲା । ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ପୋଲିଓ ଏକ ଭାଇରାଲ ରୋଗ । ଏହା ବ୍ୟକ୍ତିର ସ୍ନାୟୁକୁ ପ୍ରଭାବିତ କରିଥାଏ । ଏହି କାରଣରୁ ମାଂସପେଶୀ ଦୁର୍ବଳ ହୋଇଯାଇଥାଏ କେତେକ କ୍ଷେତ୍ରରେ ବ୍ୟକ୍ତିର ମୃତ୍ୟୁ ବି ହୋଇଥାଏ ।
ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଉଛି କି ନ୍ୟୁୟର୍କରେ ୯୫ ପ୍ରତିଶତ ଲୋକଙ୍କ ମଧ୍ୟରେ ପୋଲିଓର କୌଣସି ଲକ୍ଷଣ ନାହିଁ । ଏହାପରେ ବି ଜଣେ ସଂକ୍ରମିତ ଏହି ଭାଇରସକୁ ବ୍ୟାପକ କରିଦେଇପାରନ୍ତି ।

Share