ଲାଲଗଡ଼ରୁ ଭୁବନେଶ୍ୱରକୁ ଗଡ଼ିଲା ପ୍ରଥମ ଘରୋଇ ବସ୍‌

ଚିତ୍ରକୋଣ୍ଡା,୫।୧: ଲାଲଗଡରୁ ଭୁବନେଶ୍ୱରକୁ ଗଡ଼ିଛି ପ୍ରଥମ ଘରୋଇ ବସ୍‌। ମଙ୍ଗଳବାର ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଚିତ୍ରକୋଣ୍ଡା ସଦର ବସଷ୍ଟାଣ୍ଡଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଦିଲଖୁସ ନାମକ ଏକ ଘରୋଇ ବସ ଯାତ୍ରା ଆରମ୍ଭ କରିଛି। ଏଯାବତ ଚିତ୍ରକୋଣ୍ଡାରୁ ଭୁବନେଶ୍ୱରକୁ ଘରୋଇ ବସ୍‌ ଯାତାୟାତ କରୁ ନ ଥିଲା। ଅଞ୍ଚଳରୁ ପ୍ରଥମ କରି ଏକ ଘରୋଇ ବସ ଚଳାଚଳ କରିଥିବାରୁ ଅଞ୍ଚଳବାସୀ ଖୁସିବ୍ୟକ୍ତ କରିଛନ୍ତି। ବିଶେଷ କରି ଭୁବନେଶ୍ୱର,ଆସିକା ଓ ନୟାଗଡ଼ ଅଞ୍ଚଳକୁ ଯାଉଥିବା ଯାତ୍ରୀ ଏହି ବସ ଦ୍ୱାରା ଉପକୃତ ହୋଇପାରିବେ ବୋଲି ଘରୋଇ ବସ ତରଫରୁ କୁହାଯାଇଛି ।

ପ୍ରକାଶ ଯେ, କରୋନା ମହାମାରୀ ପରଠାରୁ ଏହି ଅଂଚଳକୁ ବନ୍ଦ ହୋଇଥିବା ବସ ସେବା ଧୀରେ ଧୀରେ ସ୍ବାଭାବିକ ହେବାରେ ଲାଗିଛି। ଗତ କିଛିଦିନ ହେବ ଚିତ୍ରକୋଣ୍ଡାଠାରୁ ଜିଲ୍ଲା ସଦର ମହକୁମା ସମେତ ଜୟପୁର, ଇନ୍ଦ୍ରାବତୀ, ଭୁବନେଶ୍ୱର, କଟକ, ବ୍ରହ୍ମପୁର,ବିଶାଖାପାଟଣାକୁ ସରକାରୀ ବସ ଚଳାଚଳ କରୁଛି। ଏବେ ଏହି ଘରୋଇ ବସ ଚିତ୍ରକୋଣ୍ଡାଠାରୁ ଭୟା ବାଲିମେଳା, ଗୋବିନ୍ଦ ପଲ୍ଲୀ, ଜୟପୁର, କୋରାପୁଟ,ସୁନାବେଢା,ଦମାନଯୋଡି,ଆସିକା,ନୟାଗଡ,ଦେଇ ଭୁବନେଶ୍ୱର ରେ ପହଞ୍ଚିବ ଓ ଭୁବନେଶ୍ୱରରୁ ଆଉ ଏକ ବସ ସେହି ରାସ୍ତାଦେଇ ଚିତ୍ରକୋଣ୍ଡା ରେ ପହଞ୍ଚିବ। ପ୍ରତ୍ୟେକ ଦିନ ୨.୪୫ ସମୟରେ ଚିତ୍ରକୋଣ୍ଡା ରୁ ବାହାରି ତାପରଦିନ ସକାଳ ୭ଟା ସମୟରେ ଭୁବନେଶ୍ୱର ରେ ପହଞ୍ଚିବ । ଭୁବନେଶ୍ୱର ରୁ ଦିନ ୪ଟା ବାହାରି ତାପରଦିନ ସକାଳ ୮ଟା ସମୟରେ ଚିତ୍ରକୋଣ୍ଡା ରେ ପହଞ୍ଚିବ ବୋଲି ଘରୋଇ ବସ ସଂଘ ପକ୍ଷରୁ କୁହାଯାଇଛି।