କଠୋର ଆଇନ ଲାଗୁ ହେବା ପରେ ପ୍ରଥମ ଥର ହେଲା ବିରୋଧ ପ୍ରଦର୍ଶନ

ହଙ୍ଗକଙ୍ଗ,୨୬ ।୩: ହଙ୍ଗକଙ୍ଗରେ ରବିବାର ତ୍ସୁଂଗ କ୍ୱାନ ଓର ଲୋକେ ସରକାରଙ୍କୁ ବିରୋଧ କରି ମାର୍ଚ୍ଚ ବାହାର କରିଥିଲେ । ଏହି ବିରୋଧ ପ୍ରଦର୍ଶନରେ ପ୍ରାୟ ୧୦୦ ଜଣ ସାମିଲ ହୋଇଥିଲେ । ଏହି ସମୟରେ ପ୍ରାୟ ୩୦ ପୋଲିସ ଅଧିକାରୀ ମାର୍ଚ୍ଚ ଉପରେ କଡା ନଜର ରଖିଥିଲେ । ସୂଚନାଯୋଗ୍ୟ, କରୋନା ମହାମାରୀ କାରଣରୁ ଲଗାଇଯାଇଥିବା ପ୍ରତିବନ୍ଧକ ପରେ ହଙ୍ଗକଙ୍ଗରେ ଏହା ପ୍ରଥମ ବିରୋଧ ପ୍ରଦର୍ଶନ ।

ହଙ୍ଗକଙ୍ଗ ମିଡିଆର ସୂଚନା ଅନୁଯାୟୀ, ତ୍ସୁଂଗ କ୍ୱାନ ଓର ନିବାସୀର ଏକ ଗ୍ରୁପ ମେଟ୍ରୋ ଟାଉନ ଓନର୍ସ କମିଟି ଦ୍ୱାରା ସରକାରଙ୍କ ଯୋଜନାର ବିରୋଧ କରିବା ପରେ ମାଚର୍ଚ ବାହାର କରିଥିଲେ ।

Share