Posted inଫୁରସତ

ପ୍ରଥମ ରଜ

ରଜ ମଉଜ ପାଇଁ କୁଆଁରୀଟିଏ ଯେମିତି ସଜ ହୁଏ ଠିକ୍‌ ସେମିତି ଉଲ୍ଲସିତ ମନରେ ସ୍ବାଗତକରେ ନୂଆ ବୋହୂଟିଏ। କୁଆଁରୀ ସଂଜ୍ଞାକୁ ହରାଇ ନୂଆବୋହୂ ପାଲଟିବା ପରେ ରଜ ପାଳିବାର ଅନୁଭୂତି ତା’ ପାଇଁ ଅଲଗା ନିଶ୍ଚିତ। ଗୋଟିଏ ପଟେ କୁଆଁରୀ ବେଳର ଅନୁଭବ, ଖୁସିମଜାର ସ୍ମୃତି ଆଉ ଅନ୍ୟପଟେ ଶାଶୁଘରେ ଧୀରେ ଧୀରେ ଆପଣାର ହେଉଥିବା ପରିବେଶ। ୟା’ଭିତରେ ତାଳମେଳ ରକ୍ଷାକରି ରଜ ପାଳିବାକୁ ସଜ ହୋଇଥାଏ ସେ। ନିଜ ଖୁସି ସାଙ୍ଗେ ଅନ୍ୟର ଖୁସିକୁ ବେଶି ଗୁରୁତ୍ୱ ଦେଇ ତା’ରି ଭିତରୁ ସାଉଁଟିନିଏ ହସଖୁସିର ପରିବେଶକୁ। ପହିଲି ରଜର ପହିଲି ପୁଲକରେ ମଉଜ କରିବାକୁ ସାଙ୍ଗସାଥୀ ବଦଳରେ ସେ ନଣନ୍ଦ, ଦିଅର ଓ ବନ୍ଧୁବାନ୍ଧବଙ୍କୁ ଆପଣାଇ ନିଏ। ସେମାନଙ୍କ ସହ ନିଜ ଖୁସିକୁ ବାଣ୍ଟି ରଜର ମଉଜକୁ ଢେର ଅଧିକ ଗୁଣ ବଢ଼ାଇ ଦେଇଥାଏ। ।
ଏମାନେ କ’ଣ କହନ୍ତି
ଏଥରର ରଜ ସବୁଠୁ ସ୍ପେଶାଲ: ପର୍ବ ଭିତରେ ରଜା ହେଉଛି ରଜ। ପିଲାଦିନୁ ହିଁ ଏହି ପର୍ବକୁ ନେଇ ମନରେ ଢେର୍‌ ଉତ୍କଣ୍ଠା ରହିଆସିଛି। ନୂଆ ଡ୍ରେସ୍‌ ପିନ୍ଧି, ପୋଡ଼ପିଠା ଖାଇବା ହେଉ ଅବା ସଜବାଜ ହୋଇ ସାଙ୍ଗସାଥୀଙ୍କ ସହ ଦୋଳି ଖେଳିବାରେ ଏକ ଭିନ୍ନ ଆନନ୍ଦ ଥାଏ। ହେଲେ ଏଥରର ରଜ ମୋ ପାଇଁ ସବୁଠୁ ସ୍ପେଶାଲ। କାରଣ ବିବାହ ପରେ ଶାଶୁଘରେ ଏଥର ପ୍ରଥମ ରଜ ପାଳିବି। ଏକ ଯୌଥ ପରିବାରରେ ସାନବୋହୂ ହୋଇଥିବାରୁ ପରିବାରର ସବୁ ସଦସ୍ୟଙ୍କ ଗହଣରେ ରଜ ପାଳିବାର ଅନୁଭୂତି ନିଶ୍ଚୟ ନିଆରା ହେବ। ନଣନ୍ଦମାନେ ଓ ଭଣଜାଭାଣିଜୀ ବୁଲିଆସିବେ ଏବଂ ରଜ ୩ ଦିନ ମଧ୍ୟରୁ ଗୋଟିଏ ଦିନ ସଭିଏଁ ମିଶି ବାହାରକୁ ବୁଲିଯିବାର ବି ପ୍ଲାନିଂ ଅଛି। ତେବେ ବିବାହ ପରେ ପ୍ରଥମ ଥର ପହିଲି ରଜରେ ମା’ ଓ ସାନଭାଇ ଆସିବେ ବୋଲି ବେଶ୍‌ ଏକ୍ସାଇଟେଡ୍‌ ଅଛି।
-ଜୟଶ୍ରୀ ସେନାପତି, କର୍ମଜୀବୀ, ଫୁଲନଖରା, କଟକ
ନୂଆ ନୂଆ ଲାଗୁଛି: ରଜ ପାଳିବାର ସେଇ ଆକର୍ଷଣ ଏବେ ବି ସେମିତି ଅଛି। ହେଲେ ଏଇ ମାତ୍ର କିଛି ଦିନ ହେବ ବିବାହ ହୋଇସାରିଛି ବୋଲି ଟିକେ ଅଲଗା ଅଲଗା ଲାଗୁଛି। ଶାଶୁଘରେ ସବୁ ନୂଆ ନୂଆ ଲାଗୁଛି। ଏଠି ରଜ ପାଇଁ ସେମିତି କିଛି ପ୍ଲାନିଂ କରିନି। କିନ୍ତୁ ରଜରେ ମୋ ଶାଶୁଘରକୁ କେତେକ ବନ୍ଧୁବାନ୍ଧବ ଆସିବେ। ସେମାନଙ୍କ ସହ ସମୟ କଟାଇବି। ଏହାବାଦ ଘରୁ ରଜ ପାଇଁ ଭାର ବି ଆସିଛି। ତେଣୁ ନୂଆ ଲୁଗା ପିନ୍ଧି ଏଠି ନିଜେ ସଜବାଜ ହେବା ସହ ସମସ୍ତଙ୍କୁ ବି ସଜବାଜ କରିଦେବି। ତା’ ଛଡ଼ା ଶେଷ ରଜରେ ଆମ ଘରକୁ ବୁଲିବାକୁ ଯିବି। ବାହାଘର ପରେ ଏତେ ଶୀଘ୍ର ରଜ ଆସିଛି ଯେ ସବୁ ପ୍ଲାନିଂ ଆପେ ଆପେ ହେଇ ଯାଉଛି।
-ପ୍ରିୟଦର୍ଶିନୀ ଜେନା,
କର୍ମଜୀବୀ, ଭୁବନେଶ୍ୱର
ପ୍ଲାନିଂ ନାହିଁ: ବାହାଘର ସରିବାର ଦିନ କେଇଟା ପରେ ରଜ ଆସିଛି। ତେଣୁ ରଜ ପାଳିବା ପାଇଁ ସେମିତି ବିଶେଷ କିଛି ପ୍ଲାନିଂ କରିବାକୁ ପଡ଼ିନି। ନୂଆବୋହୂ ଭାବେ ଯେମିତି ରଜ ପାଳିବାକୁ ହୁଏ ଶାଶୁଘରେ ସେମିତି ଢଙ୍ଗରେ ରଜ ପାଳିବି। ରଜ ତ ସବୁଆଡ଼େ ସେଇ ଏକା ଢଙ୍ଗରେ ପାଳନ ହୁଏ। ଘରୁ ତ ରଜ ପାଇଁ ନୂଆ ଲୁଗାପଟା ଓ ଭାର ଆସିଛି। ଏଠି ବିଭିନ୍ନ ପ୍ରକାର ପିଠା ଓ ଖିରି ତିଆରି କରିବି ବୋଲି ପ୍ରସ୍ତୁତି କରିଛି। ନୂଆ ଏକ ପରିବେଶରେ ରଜର ଆକର୍ଷଣ ଅଲଗା ଅଲଗା ଲାଗୁଛି। ସାହି ପଡ଼ିଶା ବନ୍ଧୁବାନ୍ଧବ ସମସ୍ତେ ଏଠିକି ଆସିବେ। ସେମାନଙ୍କ ଗହଳିରେ ମୋର ଏଥର ରଜ ବେଶ୍‌ ଖୁସିରେ କଟିଯିବ। ତା’ଛଡ଼ା ସମସ୍ତେ ମିଶି ଦୋଳି ଖେଳିବା ପାଇଁ ବାଡ଼ିରେ ଥିବା ଗଛରେ ଦୋଳି ବି ଲଗାହେଇଛି। ଯାହା ହେଲେ ବି ରଜରେ ଖିଆପିଆ, ଦୋଳିଖେଳର ମଜା ତ ଅଲଗା। ତା’ଛଡ଼ା ରଜରେ ସମସ୍ତେ ମିଶି ପାର୍କ ବୁଲିବାକୁ ଯିବାର ଯୋଜନା ହୋଇଛି ବୋଲି ନଣନ୍ଦ କହୁଥିଲେ।
-ମନୀଷା ପଟ୍ଟନାୟକ, ଗୃହିଣୀ, ଗୁଆଳିପୁର, ଜଗତ୍‌ସିଂହପୁର
ବିଚ୍‌ ବୁଲିବାର ପ୍ଲାନିଂ ଅଛି: ପୁରୀର ଝିଅ ହୋଇଥିବାରୁ ପ୍ରତିବର୍ଷ ରଜ ଅବସରରେ ସାଙ୍ଗମାନଙ୍କ ସହ ମିଶି ବିଚ୍‌ ବୁଲିବାକୁ ଯାଏ। କେବେକେବେ ମାର୍କଣ୍ଡେଶ୍ୱର ସାହିରେ ହେଉଥିବା ରଜ ଫେଷ୍ଟିଭାଲକୁ ଯାଇ ସେଠି ଦୋଳି ଖେଳିବା ସାଙ୍ଗକୁ ରଜ ପାନ ଖାଇବାର ମଜା ବି ନିଏ। ଘରେ ବୋଉ ହାତ ତିଆରି ବିଭିନ୍ନ ପ୍ରକାରର ପିଠା ଖାଇ ରଜ ତିନିଦିନ କେମିତି ଆନନ୍ଦରେ କଟିଯାଏ ଆଦୌ ଜଣାପଡେନି। କିନ୍ତୁ ଏବର୍ଷର ରଜ ମୋ ପାଇଁ ଟିକେ ଖାସ୍‌। କାରଣ ଏଥର ବାହାଘର ପରେ ଶାଶୁଘରେ ମୋର ପହିଲି ରଜ। ସୌଭାଗ୍ୟକୁ ଶାଶୁଘର ବି ମୋର ପୁରୀରେ। ତେଣୁ ରଜରେ ଶାଶୁଘର ଲୋକଙ୍କ ସାଙ୍ଗେ ସମୁଦ୍ରକୂଳ ବୁଲିଯିବାକୁ ପ୍ଲାନିଂ କରିଛି। ଗୋଟେ ଦିନ ବାପଘରକୁ ବୁଲିଯିବାର ବି ଯୋଜନା ରହିଛି। ତା’ସହିତ ରଜରେ କିଛି ସ୍ପେଶାଲ୍‌ ଖାଦ୍ୟ ତିଆରି କରି ସମସ୍ତଙ୍କୁ ଖାଇବାକୁ ଦେବି ବୋଲି ମନେ ମନେ ଭାବିଛି।
-ଗୌରୀମଣି ମହାନ୍ତି,
ଗୃହିଣୀ, ଚକ୍ରତୀର୍ଥ ରୋଡ, ପୁରୀ


Enter your email to get our daily news in your inbox.

All Right Reserved By Dharitri.Com

ସେଲ୍‌ଫି ନେଉଛନ୍ତି କି? ସାବଧାନ! ଖାଲି ହୋଇଯିବ ଆକାଉଣ୍ଟ, ଜାଣନ୍ତୁ କେମିତି…

ସାଇବର ଠକେଇର ନୂଆନୂଆ ମାମଲା ପ୍ରତିଦିନ ସାମ୍ନାକୁ ଆସୁଛି। ଏପରିକି ଲୋକଙ୍କ ଆଜୀବନ ରୋଜଗାର ମଧ୍ୟ ଲୁଟ୍‌ ହେଉଛି। ସାଇବର ଅପରାଧୀମାନେ ନୂଆ ଫର୍ମୂଲା ପକାଇ...

ଫ୍ଲାଇଟ୍‌ରେ ଦେଇଥିବା ଖାଦ୍ୟରୁ ବାହାରିଲା ଜୀବନ୍ତ ମୂଷା, ପରେ ହଠାତ୍‌…

ଖାଦ୍ୟରେ ଜୀଅନ୍ତା ମୂଷା ବାହାରିବା ପରେ ଜରୁରୀ କାଳୀନ ଅବତରଣ କଲା ବିମାନ। ଏହା ଅଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ କରିପାରେ। ଏଭଳି ଘଟଣା ଘଟିଛି ଡେନମାର୍କର...

‘ଜୀବନର ଜଳପଥ’

ନଦୀ ପ୍ରାକୃତିକ ଭାବେ ମଧୁର ଜଳକୁ ପ୍ରବାହ କରିଥାଏ। ଏହା ପାହାଡ଼, ପର୍ବତ କିମ୍ବା ହିମବାହରୁ ଉତ୍ପତ୍ତି ଲାଭକରି ସାଗର, ମହାସାଗର, ହ୍ରଦ କିମ୍ବା ଅନ୍ୟ...

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

ଏତେ ଲମ୍ବା ଗୋଡ଼ !

ଟେକ୍ସାସ୍‌, ସେଦାର ପାର୍କର ୧୭ ବର୍ଷୀୟା ମ୍ୟାକି କୁରାନ। ତାଙ୍କୁ ଦେଖିଲେ ଲାଗିବ ସତେ ଯେମିତି ସେ ଏକ ଲମ୍ବା ବାଉଁଶ। କାରଣ ଏଇ ବୟସରେ...

ସୁନାଚେନ୍‌ର କେଶ

ଆଜିକାଲି ନାନା ପ୍ରକାରର ହେୟାର ଷ୍ଟାଇଲ ଲୋକେ କରୁଛନ୍ତି। ଖାସ୍‌କରି ସେଲିବ୍ରିଟି ଯେଉଁଭଳି ହେୟାରଷ୍ଟାଇଲ କରନ୍ତି ସାଧାରଣ ଲୋକେ ତାକୁ ଅନୁକରଣ କରନ୍ତି। ମେକ୍ସିକୋର ର଼୍ୟାପର୍‌...

ଘର କାମ କରିବ ଏହି ରୋବୋ

ଘର କାମ ପାଇଁ ଆଜିକାଲି ପ୍ରାୟ ସମସ୍ତେ ଚାକର ଚାକରାଣୀ ରଖୁଛନ୍ତି। ହେଲେ ସେମାନେ ସବୁ ସମୟରେ ମନ ଦେଇ କାମ କରି ନ ଥାଆନ୍ତି...

ବ୍ଲୁ ଟୁଥ୍‌ ନାମ କାହିଁକି ହେଲା

ବ୍ଲୁଟୁଥ୍‌ ଏକ ଓ୍ବେରଲେସ୍‌ ଟେକ୍ନୋଲୋଜି। ଯାହାକି ସାରା ପୃଥିବୀରେ ବେଶ୍‌ ଲୋକପ୍ରିୟ। ତେବେ ଜାଣନ୍ତିକି କମ୍‌ ରେଞ୍ଜରେ ଥିବା ଡିଭାଇସ୍‌କୁ ଯୋଡ଼ିବା ଲାଗି ବ୍ୟବହାର କରାଯାଉଥିବା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri