ପ୍ରଥମେ ରାଣୀ ପରେ ତବୁ

ନାମୀ ନିର୍ଦ୍ଦେଶିକା ମୀରା ନାୟାର ୨୦୦୬ରେ ନିର୍ମାଣ କରିଥିଲେ ‘ନେମସେକ୍‌’। ଏହି ଫିଲ୍ମର କାଷ୍ଟିଂ ବିଷୟରେ ଆଲୋଚନା ସମୟରେ ସେ ପ୍ରଥମେ ରାଣୀ ମୁଖାର୍ଜୀଙ୍କୁ ଚଏସ କରିଥିଲେ। ବିଳମ୍ବ ନ କରି ତାଙ୍କ ସହ ଯୋଗାଯୋଗ ବି କରାଯାଇଥିଲା। ହେଲେ ସେତେବେଳେ ରାଣୀ କରନ୍‌ ଜୋହରଙ୍କ ‘କଭି ଅଲବିଦା ନା କହେନା’ର ଶୁଟିଂ ପାଇଁ ପ୍ରସ୍ତୁତ ହେଉଥିଲେ। ଯେତେବେଳେ ତାଙ୍କୁ ଏହି ଅଫର ମିଳିଲା ସେ ନମ୍ରତାର ସହ ମନା କରିଦେଇଥିଲେ। ଏ ନେଇ ରାଣୀ କହନ୍ତି, ‘ମୀରା ନାୟାରଙ୍କ ପରି ନିର୍ଦ୍ଦେଶିକାଙ୍କ ସହ କାମ କରିବାକୁ କିଏ ବା ନ ଚାହେଁ ? ହେଲେ ସେତେବେଳେ ମୁଁ ଦୋଛକିରେ ପଡିଯାଇଥିଲି। କରନଙ୍କ ‘କଭି ଅଲବିଦା ନା କହେନା’ର ଶୁଟିଂ ଆରମ୍ଭ ହେବାକୁ ଥାଏ। ତେଣୁ ଏହି ନୂଆ ସିନେମା ପାଇଁ ମୁଁ ଡେଟ୍‌ ଦେଇପାରି ନ ଥାନ୍ତି। ତେଣୁ ଏଭଳି ଅଫରକୁ ମୁଁ ହାତଛଡା କରିଥିଲି। ପରବର୍ତ୍ତୀ ସମୟରେ ଏହି ରୋଲ୍‌ ପାଇଁ ତବୁଙ୍କୁ ସାଇନ୍‌ କରାଯାଇଥିଲା।’ ଯଦି ରାଣୀ ସେତେବେଳେ ରାଜି ହୋଇଥାଆନ୍ତେ, ତେବେ ତାଙ୍କ ଆକ୍ଟିଂ କ୍ୟାରିୟରରେ ଏହା ଆଉ ଏକ ସଫଳ ଫିଲ୍ମ ଭାବରେ ପରିଗଣିତ ହୋଇଥାଆନ୍ତା।

Share