ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ: ସକାଳୁ ଲମ୍ବା ଲାଇନ୍‌ରେ ଭୋଟର

ଫୁଲବାଣୀ ଅଫିସ,୧୬।୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ବୁଧବାର ସକାଳୁ ଆରମ୍ଭ ହୋଇଛି। କନ୍ଧମାଳ ଜିଲାର କ.ନୂଆଗାଁ ବ୍ଲକର ୧ ନମ୍ବର ଜୋନ, ବାଲିଗୁଡା ବ୍ଲକର ୧୫, ୧୬ ନମ୍ବର ଜୋନ୍‌ରେ ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଜନସାଧାରଣ ବଡ଼ ଉତ୍ସାହର ସହିତ ଭୋଟ ଗ୍ରହଣ କେନ୍ଦ୍ରକୁ ଆସି ସେମାନଙ୍କ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଉଛନ୍ତି। ଶୀତକୁ ଖାତିରି ନ କରି ବୃଦ୍ଧା ବୃଦ୍ଧ ମଧ୍ୟ ଭୋଟ ଗ୍ରହଣ କେନ୍ଦ୍ରରେ ଲମ୍ବା ଲାଇନରେ ଛିଡ଼ା ହୋଇଛନ୍ତି। ବାଲିଗୁଡା ବିଧାୟକ ଚକ୍ରମଣୀ କଂହର ଦାଉଙ୍ଗିଆ ବୁଥ୍‌କୁ ଆସି ନିଜ ମତ ସାବ୍ୟସ୍ତ କରିଛନ୍ତି।

Share