Posted inଫୁରସତ

ସାହିତି୍ୟକ ତଥା ଶିକ୍ଷାବିତ୍‌ ଶ୍ରୀବିଷ୍ଣୁପ୍ରସାଦ ଦଳେଇ ନିଜ ପ୍ରଥମ ରୋଜଗାର ସମ୍ପର୍କରେ କ’ଣ କୁହନ୍ତି ଜାଣନ୍ତୁ

ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଡକ୍ଟର ମାୟାଧର ମାନସିଂହଙ୍କ ଭିଟାମାଟି କୁହାଯାଉଥିବା ନନ୍ଦଳା ଗ୍ରାମରେ ମୋ ଜନ୍ମ। ଯୌଥ ପରିବାରରେ ବଢିଛି; ତେଣୁ ସବୁ ପରିସ୍ଥିତିରେ କେମିତି ଆଡ୍‌ଜଷ୍ଟ କରି ଚଳିବାକୁ ହୁଏ ତାହା ମୁଁ ପିଲାଟି ଦିନରୁ ଶିଖିଛି। ସେମିତି ବୋଉ ସାବିତ୍ରୀ ଦେବୀ ଓ ବାପା ପ୍ରଭାକର ଦଳେଇଙ୍କଠାରୁ ପରୋପକାର କରିବାର ଶିକ୍ଷା ପାଇଛି। ସେଥିପାଇଁ ପାଠପଢ଼ା ସାଙ୍ଗକୁ ଛୋଟବେଳୁ କାହାକୁ ବିପଦରେ ପଡ଼ିଥିବାର ଦେଖିଲେ ତାକୁ ନିଜ ସାଧ୍ୟମତେ ସାହାଯ୍ୟ କରିବାକୁ ଆଗେଇଯାଏ। ଏମିତି ଏମିତିରେ ସ୍କୁଲପଢ଼ା ସରିବା ପରେ ଗୋଦାବରୀଶ ମହାବିଦ୍ୟାଳୟରେ ଯୁକ୍ତ୨ ଓ ଫିଜିକ୍ସ ଅନର୍ସ ନେଇ ଯୁକ୍ତ୩ ପଢ଼େ। ପରେ ମାଥ୍‌ମାଟିକ୍ସରେ ଓ ଓଡ଼ିଆରେ ପି.ଜି. କରେ। ମୋର ଜଣେ ବଡ଼ ଭାଇ ମୋତେ ପାଠପଢା ପାଇଁ ପ୍ରାୟତଃ ଆର୍ଥିକ ସାହାଯ୍ୟ କରିଥାନ୍ତି। ବୋଉ ବି ହାତଖର୍ଚ୍ଚ ପାଇଁ ମୋ ପାଖକୁ କିଛି ଟଙ୍କା ପ୍ରତିମାସ ପଠାଇଥାଏ। ତେଣୁ ମେସ୍‌ ଭଡ଼ା ଆଉ ହାତଖର୍ଚ୍ଚ ବାଦ୍‌ ଯାହା ଟଙ୍କା ବଳେ, ତାକୁ ନେଇ ପାସ୍‌ବୁକ୍‌ରେ ରଖିଦିଏ। ଆବଶ୍ୟକ ବେଳେ ଯଦି କିଏ ଆର୍ଥିକ ସାହାଯ୍ୟ ମାଗେ ତା’ହେଲେ ପାସ୍‌ବୁକ୍‌ରୁ ଟଙ୍କା ଉଠାଇ ତାକୁ ଦିଏ। ତା’ଛଡ଼ା ପଢ଼ାପଢ଼ିରେ ସଉକ ଥିବାରୁ ବେଳେବେଳେ ଏହି ସଞ୍ଚତ୍ତ ଟଙ୍କାରେ ବିଭିନ୍ନ ପ୍ରକାର ବହି କିଣି ଦେଇଥାଏ। ଏହି ଧାରା ମୋର ଚାକିରି କରି ବାହାଘର ପର୍ଯ୍ୟନ୍ତ ଚାଲିଥାଏ। ଅର୍ଥାତ୍‌ ପି.ଜି. ପଢା ସରିବା ପରେ ମୁଁ ଯେତେବେଳେ ବେସରକାରୀ ଭାବେ କନ୍ଦାଖାଇ କଲେଜରେ ଫିଜିକ୍ସ ଡେମୋନଷ୍ଟ୍ରେଟର ଭାବେ କାମ କରୁଥିଲି, ସେତେବେଳେ ମୋତେ ମାସକୁ ମାତ୍ର ୮୦୦ରୁ ୧୦୦୦ଟଙ୍କା ଦରମା ମିଳୁଥିଲା। ଘରର ଚଳଣି ସ୍ବଚ୍ଛଳ ନ ହେଲେ ବି ଚଳନୀୟ ଥିବାରୁ ବାପା କି ବୋଉ କେହି ବି ଦିନେ ମୋ ଦରମା ଟଙ୍କା ନେଉ ନ ଥିଲେ। ଓଲଟା ସେମାନେ ମୋତେ ଏତେ ସ୍ବଳ୍ପ ଟଙ୍କାରେ ବାହାରେ ଚଳିବାରେ ଅସୁବିଧା ହେଉଥିବ ଭାବି ମୋ ପକେଟ୍‌ରେ ବେଳେବେଳେ ପଇସା ଗୁଞ୍ଜି ଦେଉଥିଲେ। ମୋ ବାହାଘର ପର୍ଯ୍ୟନ୍ତ ସେମାନେ ଦିନେ ପଇସା ନେଇ ନାହାନ୍ତି କି ମୁଁ ବି ସେମାନଙ୍କୁ କେବେ ଦେଇନି। ସବୁ କିଛି ବହି କିଣା ଆଉ ପରୋପକାରରେ ସାରିଛି। କିନ୍ତୁ ବାହାଘର ପରେ ଦାୟିତ୍ୱ ଆସିବାରୁ ଘରକୁ କ୍ରମେ ଆର୍ଥିକ ସାହାଯ୍ୟ କରିବାକୁ ଲାଗିଲି। ତେବେ ପ୍ରାୟ ୯/୧୦ ବର୍ଷ ପର୍ଯ୍ୟନ୍ତ କନ୍ଦାଖାଇ କଲେଜରେ ଚାକିରି କରିବା ପରେ ମୋତେ ବ୍ରହ୍ମଗିରି ନିକଟସ୍ଥ ଗଡ଼କୋକଲ ଉଚ୍ଚ ବିଦ୍ୟାଳୟରେ ସରକାରୀ ବିଜ୍ଞାନ ଶିକ୍ଷକ ଭାବେ ନିଯୁକ୍ତି ମିଳିଲା। ୨୦୧୬ ଯାଏ ଏଠି ଶିକ୍ଷକତା କରିବା ପରେ ମୋର ଆମ ଗାଁରେ ଥିବା ଡ. ମାୟାଧର ମାନସିଂହ ମେମୋରିଆଲ ହାଇସ୍କୁଲ୍‌କୁ ବଦଳି ହେଲା; ଯେଉଁଠାରେ ଏବେ ବି ବିଜ୍ଞାନ ଶିକ୍ଷକ ଭାବେ ମୁଁ କାର୍ଯ୍ୟରତ। ଏ ତ ଥିଲା ମୋ ଚାକିରି ଜୀବନ କଥା। ଏହାବାଦ୍‌ ଲେଖାଲେଖିରେ ବି ମୋର ରୁଚି ରହିଛି। ୯ମ ଶ୍ରେଣୀରେ ପଢ଼ିଲାବେଳେ ପ୍ରଥମ କରି ଗୋଟିଏ ଗପ ଲେଖିଥିଲି; ଯାହାର ଶୀର୍ଷକ ଥିଲା ‘ସାନପୁଅ’। ଏହା ଆମ ଗଣିତ ସାର୍‌ଙ୍କର ଏକ ହାତଲେଖା ମାଗାଜିନ୍‌ରେ ପ୍ରକାଶ ପାଇଥିଲା। ସେମିତି କନ୍ଦାଖାଇ କଲେଜରେ ଚାକିରି କଲାବେଳେ କଲେଜ ମୁଖପତ୍ରରେ ‘ଓଡ଼ିଆ ପୁଅର କଳ୍‌କୀ ଖଡ଼ଗ’ ଶୀର୍ଷକ ମୋର ପ୍ରଥମ କବିତା ପ୍ରକାଶ ପାଇଲା। ବାସ୍‌ ତା’ପରଠୁ କ୍ରମେ ଗପ, କବିତା, ନାଟକ ଆଦି ଲେଖି ଚାଲିଲି। ୟା’ଭିତରେ ‘ତୁରୀ’ ଶୀର୍ଷକ ଏକ କବିତା ସଂକଳନ ମୋର ପ୍ରକାଶ ପାଇସାରିଛି। ତା’ସହିତ ମୋ ଲିଖିତ ‘କାଳିଜାଈ’ ଗୀତିନାଟ୍ୟ ଏବଂ ‘ଲୀଳାକ୍ଷେତ୍ରେ ଲୀଳାମୟ’ ନାଟକ ମଞ୍ଚସ୍ଥ ହୋଇ ଦର୍ଶକାଦୃତ ଲାଭ କରିସାରିଛି। ଏହାବାଦ୍‌ ମୁଁ ବର୍ତ୍ତମାନ ଦୁଇଟି ସାହିତ୍ୟ ଅନୁଷ୍ଠାନ ‘ମାନସିଂହ ସାହିତ୍ୟ ସଂସଦ’ର ସଭାପତି ଏବଂ ‘ଆମ ପୁସ୍ତକ ମେଳା’ର ସଂପାଦକ ଦାୟିତ୍ୱ ମଧ୍ୟ ତୁଲାଉଅଛି।


Enter your email to get our daily news in your inbox.

All Right Reserved By Dharitri.Com

୫୦୬ ବର୍ଷ ପୁରୁଣା ମାରାତ୍ମକ ମହାମାରୀ, ରାସ୍ତା ଉପରେ ନାଚି ନାଚି ୪୦୦ ଲୋକଙ୍କର ହୋଇଥିଲା ମୃତ୍ୟୁ

ଷ୍ଟାର୍ସବର୍ଗ: ଇତିହାସରେ ଏପରି ଅନେକ ଘଟଣା ଘଟିଛି ଯାହା ଆଜି ବି ଲୋକମାନେ ମନେ ପକାଇ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଆଜି ଆମେ ଏପରି ଏକ...

ଲଣ୍ଡନରେ ଲୋକଙ୍କ ପାଟିରୁ ଲାଳ ଗଡାଉଛି କୋଲକାତାର ‘ଝାଲମୁଢି’, ଇଂରାଜୀ ବାବୁଙ୍କ ଠେଲାକୁ ନେଇ ହେଉଛି ଚର୍ଚ୍ଚା

ଲଣ୍ଡନ,୨୧।୧୧: ଆମେ ଖାଦ୍ୟ ବିଷୟରେ ଆଲୋଚନା କରିବା ବେଳେ କେହି କେବେ କୋଲକାତାକୁ ଭୁଲି ପାରନ୍ତି ନାହିଁ ବୋଲି କହାଯାଏ। ପଶ୍ଚିମବଙ୍ଗରେ ବିଭିନ୍ନ ପ୍ରକାରର ଖାଦ୍ୟ...

ଭିଣୋଇଙ୍କ ସହ ଥିଲା ଅନୈତିକ ସମ୍ପର୍କ, ବିବାହ ମଣ୍ଡପରେ କନ୍ୟାଙ୍କ ଭିଡିଓ ଚଲାଇଦେଲେ ବର, ତା’ପରେ…

ବିବାହ ମଣ୍ଡପରେ କନ୍ୟାର କାରନାମା ଭିଡିଓ ମାଧ୍ୟମରେ ଦେଖାଯାଏ, ତେବେ କ’ଣ ହେବ? ଚାଇନାର ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବର...

ଶିଶୁ ହସିଲେ ଦୁନିଆ ହସିବ

ଆଜିର ଶିଶୁ ଭବିଷ୍ୟତର ନାଗରିକ ଓ ସେହି କ୍ରମରେ ଆଜିର ଶିଶୁଟିଏ ହସିଲେ ନିଶ୍ଚୟ ଆସନ୍ତାକାଲି ଦେଶ ହସିବ। ତେଣୁ ଦେଶରେ ଶିଶୁଟିଏ ସୁରକ୍ଷିତ ଭାବରେ...

‘ଶୌଚାଳୟ: ଶାନ୍ତି ପାଇଁ ଏକ ସ୍ଥାନ’

ପ୍ରତିବର୍ଷ ନଭେମ୍ବର ୧୯ ରେ ବିଶ୍ୱସ୍ତରରେ ଶୌଚାଳୟ ଦିବସ ପାଳନ କରାଯାଏ। ଏହା ହେଉଛି ମିଳିତ ଜାତିସଂଘର ଏକ ବୈଶ୍ୱିକ ପଦକ୍ଷେପ, ଯାହା ଜରୁରୀ ପରିମଳ...

Gmail ରେ ଷ୍ଟୋରେଜ ଫୁଲ୍‌ ହୋଇଯାଇଛି କି? ଜାଣି ନିଅନ୍ତୁ ଉପାୟ

ନୂଆଦିଲ୍ଲୀ,୧୯।୧୧: Gmail ଷ୍ଟୋରେଜ ଫୁଲ ହେବା ଏକ ସାଧାରଣ ସମସ୍ୟା । ଆପଣଙ୍କୁ ଜଣାଇଦେଉଛୁ ଯେ, ଗୁଗୁଲ ଦ୍ୱାରା ପ୍ରତ୍ୟେକ ଉପଭୋକ୍ତାଙ୍କୁ କେବଳ ୧୫ GB...

ପୁରୁଷଙ୍କୁ ମଧ୍ୟ ସମ୍ମାନ ଦେବା ଜରୁରୀ

ପ୍ରତିବର୍ଷ ନଭେମ୍ବର ୧୯ରେ ଅନ୍ତର୍ଜାତୀୟ ପୁରୁଷ ଦିବସ ପାଳନ କରାଯାଏ। ୬୦ରୁ ଅଧିକ ଦେଶ ପୁରୁଷ ଦିବସ ପାଳନ କରନ୍ତି। ଏହି ଅବସରରେ ଅନେକ ପ୍ରକାରର...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri