‘କିସି କା ଭାଇ କିସି କି ଜାନ୍‌’ ର ପ୍ରଥମ ଗୀତ ରିଲିଜ୍‌

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନଙ୍କ ଅପକମିଙ୍ଗ୍‌ ଫିଲ୍ମ ‘କିସି କା ଭାଇ କିସି କି ଜାନ୍‌’ ମାଧ୍ୟମରେ ଦୀର୍ଘବର୍ଷ ପରେ ପରଦାକୁ ଫେରୁଛନ୍ତି। ଯାହାକୁ ଦେଖିବାକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ସମୟରେ ଫିଲ୍ମର ପ୍ରଥମ ଗୀତ ‘ନୟୋ ଲଗଦା’ ରିଲିଜ୍‌ ହୋଇଛି। ଏହି ଗୀତରେ ସଲମାନଙ୍କ ସହ ପୂଜା ହେଗ୍‌ଡେ ରୋମାଣ୍ଟିକ୍‌ ଅନ୍ଦାଜରେ ନଜର ଆସିଛନ୍ତି। ଫିଲ୍ମରେ ଆକ୍ସନ ସହିତ ସଲମାନଙ୍କ ରୋମାଣ୍ଟିକ ସିନ୍‌ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଯାଉଛି। ପ୍ରଥମ ଥର ପାଇଁ ପୂଜା ହେଗ୍‌ଡେ ଏବଂ ସଲମାନ ଖାନଙ୍କ ଯୋଡି ଫିଲ୍ମ ପରଦାରେ ନଜର ଆସିବେ। ଏହି ଯୋଡିରେ ଫିଲ୍ମ ସ୍କ୍ରିନରେ ଏହି ଯୋଡି ଦେଖିବାକୁ ସମସ୍ତେ ବହୁତ ଉତ୍ସାହିତ ଥିବାବେଳେ ଏହି ଗୀତରେ ଉଭୟଙ୍କ ଅନସ୍କ୍ରିନ କେମେଷ୍ଟ୍ରି ଚମତ୍କାର।

Share