Posted inଖେଳ

ଡବ୍ଲୁପିଏଲ୍ ଇତିହାସରେ ପ୍ରଥମ ସୁପର ଓଭର୍: ଜାଣନ୍ତୁ କେଉଁ ଦଳ ମାରିଲା ବାଜି 

ବେଙ୍ଗାଲୁରୁ,୨୪/୨:ମହିଳା ପ୍ରିମିୟର ଲିଗ୍(ଡବ୍ଲୁପିଏଲ୍) ଇତିହାସରେ ପ୍ରଥମ ସୁପର ଓଭର ଦେଖିବାକୁ ମିଳିଛି। ୟୁପି ୱାରିୟର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ଟାଇରେ ଶେଷ ହୋଇଥିଲା। ଉଭୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୧୮୦ ରନ୍ କରିଥିଲେ। ଏହି ରୋମାଞ୍ଚକର ମୁକାବିଲାରେ ୟୁପିକୁ ଶେଷ ବଲରେ ଗୋଟିଏ ରନ୍ ଦରକାର ଥିଲା, କିନ୍ତୁ ରେଣୁକା ଠାକୁର ଶେଷ ବଲରେ କୀର୍ତ୍ତି ଗୌଡ଼ଙ୍କୁ ଆଉଟ୍ କରିଥିଲେ। ଫଳରେ ମହିଳା ପ୍ରିମିୟର ଲିଗ୍ ଇତିହାସରେ ପ୍ରଥମ ସୁପର ଓଭର ଦେଖିବାକୁ ମିଳିଥିଲା। ସୁପର ଓଭରରେ ୟୁପି ପ୍ରଥମେ ବ୍ୟାଟିଂ କରି ୮ ରନ୍ କରିଥିବା ବେଳେ ଆରସିବି ମାତ୍ର ୪ ରନ୍ କରି ସୁପର ଓଭରରେ ୪ ରନ୍ ରେ ମ୍ୟାଚ୍ ହାରିଯାଇଥିଲା।

 

ଏହି ମୁକାବିଲାରେ ଆରସିବି ପ୍ରଥମେ ବ୍ୟାଟିଂ କରି ୧୮୦ ରନ୍ କରିଥିଲା। ବେଙ୍ଗାଲୁରୁର ଅଧିନାୟିକା ସ୍ମୃତି ମନ୍ଧାନା ଶୀଘ୍ର ଆଉଟ୍ ହୋଇଥିଲେ ହେଁ ଏଲିସ୍ ପେରି ଓ ଡାନିଏଲ୍ ଓ୍ଵାଟ୍ ୟୁପି ବୋଲରଙ୍କୁ ମାତ୍ ଦେଇଥିଲେ। ଏଲିସ୍ ପେରି ୫୬ ବଲ୍ ରୁ ୯୦ ରନ୍ ର ଇନିଂସ୍ ଖେଳି ୯ ଚୌକା ଓ ୩ ଛକା ମାରିଥିଲେ। ଓ୍ଵାଟ୍ ୫୭ ରନ୍ କରି ଯୋଗଦାନ ଦେଇଥିଲେ। ଫଳରେ ଆରସିବି ପ୍ରଥମେ ବ୍ୟାଟିଂ କରି ୧୮୦ ରନର ଟାର୍ଗେଟ ଦେଇଥିଲା।

 

ୟୁପି ୱାରିୟର୍ସକୁ ୧୮୧ ରନର ଟାର୍ଗେଟ ମିଳିଥିଲା । ଦଳର କୌଣସି ଖେଳାଳି ଅର୍ଦ୍ଧଶତକ ହାସଲ କରିପାରି ନ ଥିଲେ ମଧ୍ୟ ଅଧିନାୟକ ଦୀପ୍ତି ଶର୍ମା ୧୩ ବଲ୍ ରୁ ୨୫ ରନ୍ ର ଦ୍ରୁତ ଇନିଂସ୍ ଖେଳିଥିଲେ ଏବଂ ଶ୍ୱେତା ସେହରାୱତ୍ ୩୧ ରନ୍ ର ଯୋଗଦାନ ଦେଇଥିଲେ। ଅନ୍ତିମ ଓଭରରେ ସୋଫି ଏକ୍ଲେଷ୍ଟୋନ ୧୯ ବଲ୍ ରୁ ୩୩ ରନ୍ କରିଥିବା ବେଳେ ସାଇମା ଠାକୁର ମଧ୍ୟ ଦ୍ରୁତ ୧୪ ରନ୍ କରି ୟୁପିକୁ ମ୍ୟାଚ୍ ଟାଇ କରିବାରେ ସହାୟକ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ଖରାରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଦହିପଣା ବଣ୍ଟନ

ଛତ୍ରପୁର,୨୨।୪,(ଦିଲ୍ଲୀପ ସାମଲ) : ଗ୍ରୀଷ୍ମ ପ୍ରବାହ ଯୋଗୁଁ ଚାରିଆଡେ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇପଡିଥିବା ବେଳେ ଗଞ୍ଜାମ ଜିଲାର ସଦର ମହକୁମା ଛତ୍ରପୁର ସହର...

ଅତି ସହଜରେ ଘରେ ପ୍ରସ୍ତୁତ କରନ୍ତୁ ମ୍ୟାଙ୍ଗୋ କୁଲ୍‌ଫି; ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ…

ଖରାଦିନ ଆସିଲେ ଥଣ୍ଡା ଖାଇବାକୁ ମନ ବଳିଥାଏ। ସେ ଆଇସକ୍ରିମ ହେଉ ଅବା ଲସି ଘରେ ଘରେ ଏହାର ଚାହିଦା ବଢ଼ିଯାଇଥାଏ। ହେଲେ ଆଜିର ସମୟରେ...

IPL ରେ ଏହି ଟିମ ଉପରେ ଆସିଲା Match Fixing ଅଭିଯୋଗ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୨।୪: ଲକ୍ଷ୍ନୌ ସୁପରଜାଏଣ୍ଟସ ବିପକ୍ଷରେ ଜିତିଥିବା ମ୍ୟାଚ ହାରିବା ପରେ ରାଜସ୍ଥାନ ରୟାଲ୍ସ ଉପରେ Match Fixingର ଅଭିଯୋଗ ଆସିଛି। ଏହି ମ୍ୟାଚରେ ରାଜସ୍ଥାନକୁ ଜିତିବା...

ବିବାହ ବାର୍ଷିକୀରେ ମା’ ହେଲେ ଜ୍ୱାଲା ଗୁଟ୍ଟା: ଖୁସି ହେଲା ଦ୍ୱିଗୁଣିତ

ଚେନ୍ନାଇ,୨୨।୪: ପୂର୍ବତନ ଭାରତୀୟ ବ୍ୟାଡମିଣ୍ଟନ ତାରକା ଜ୍ୱାଲା ଗୁଟ୍ଟା ମା’ ହୋଇଛନ୍ତି। ସେ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ଏହାସହ ଜ୍ୱାଲାଙ୍କ ଖୁସି ଦ୍ୱିଗୁଣିତ ହୋଇଛି।...

ଏମିତି ବି ଆସେ ମୃତ୍ୟୁ! ମା’ ବିଦ୍ୟୁତ ସଂସ୍ପର୍ଶରେ ଆସିବା ଦେଖି ଧାଇଁ ଯାଇଥିଲେ ପୁଅ, ଏକାଠି ଚାଲିଗଲା ଦୁହିଁଙ୍କ ଜୀବନ

ଭବାନୀପାଟଣା,୨୨।୪( ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌.ରାମପୁର ଥାନା ଅନ୍ତର୍ଗତ ସାଇ ଦଲଙ୍ଗା ଗ୍ରାମ ପଞ୍ଚାୟତର ଟୁର୍ଚି (ଡଙ୍ଗର ପଡ଼ା)ରୁ ମଙ୍ଗଳବାର ସକାଳୁ ଏକ...

ଫସିଗଲେ ବାବା ରାମଦେବ, ଭର୍ତ୍ସନା କଲେ Delhi High Court

ନୂଆଦିଲ୍ଲୀ,୨୨।୪: ଦିଲ୍ଲୀ ହାଇକୋର୍ଟ ହମଦର୍ଦ କମ୍ପାନୀ ଏବଂ ଏହାର ଲୋକପ୍ରିୟ ଉତ୍ପାଦ ରୁହ ଅଫଜା ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ଯୋଗଗୁରୁ ବାବା ରାମଦେବଙ୍କୁ ଭର୍ତ୍ସନା...

ସ୍ତ୍ରୀଙ୍କୁ ମାଡ଼ ମାରୁଥିଲେ ପ୍ରସିଦ୍ଧ କ୍ରିକେଟର୍‌: ଥାନାରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୨।୪: ପୂର୍ବତନ ଭାରତୀୟ କ୍ରିକେଟର ଅମିତ ମିଶ୍ରଙ୍କ ନାଁରେ ତାଙ୍କ ପତ୍ନୀ ଗରିମା ମିଶ୍ର ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଅମିତ ତାଙ୍କୁ ଯୌତୁକ ପାଇଁ...

ଦୁର୍ଘଟଣାରେ ୨ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟଣା: ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨।୪: କଟକରେ ଦୁର୍ଘଟଣାରେ ୨ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟଣାରେ ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିସହ ସେ ମୃତକଙ୍କ ପରିବାରକୁ ୧୦...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image