Categories: ଫୁରସତ

ପ୍ରଥମେ ବିଲେଇକୁ ଚୁମ୍ବନ ଦେଲା ମାଙ୍କଡ଼: ଆଉ ତା’ପରେ ଘଟିଲା ଏମିତି…ଦେଖନ୍ତୁ ଭିଡ଼ିଓ

କେବଳ ମଣିଷ ନୁହେଁ, ପଶୁମାନଙ୍କ ହୃଦୟ ମଧ୍ୟ ବେଶ୍‌ ଭାବପୂର୍ଣ୍ଣ ହୋଇଥାଏ। ପ୍ରତ୍ୟେକ ମା’ ନିଜ ସନ୍ତାନମାନଙ୍କର ଯତ୍ନ ନିଅନ୍ତି, କିନ୍ତୁ ଜଣେ ମା’ ଅନ୍ୟମାନଙ୍କର ପିଲାମାନଙ୍କର ଯତ୍ନ ନେବା ମଧ୍ୟ ଜାଣନ୍ତି।ଆଜିକାଲି ସୋସିଆଲ ମିଡିଆରେ ଏକ ଏମିତି ଏକ ଭିଡିଓ ଟ୍ରେଣ୍ଡ ହେଉଛି, ଯେଉଁଥିରେ ଜଣେ ମହିଳା ମାଙ୍କଡ଼ ନିଜ ପିଲାମାନଙ୍କ ସହିତ ଏକ ବିଲେଇର ଯତ୍ନ ନେଉଛନ୍ତି।
ଇନଷ୍ଟାଗ୍ରାମରେ buitengebieden_real ନାମକ ପେଜ୍‌ରେ ଏକ ମାଙ୍କଡ଼ ଏବଂ ବିଲେଇର ଏକ ଭିଡିଓ ଶେୟାର କରାଯାଇଛି। ଏହି ଭିଡିଓରେ ଦେଖିପାରିବେ ଯେ, ଜଣେ ମହିଳା ମାଙ୍କଡ଼ ଏକ ଅଜଣା ବିଲେଇର ସ୍ନେହପୂର୍ଣ୍ଣ ଭାବରେ ଯତ୍ନ ନେଉଛି ପ୍ରଥମେ ତାକୁ ଆଲିଙ୍ଗନ କରିବା ପରେ ତାକୁ କୋଳେଇ ନେଇଥିଲା।
ବିଲେଇ ଏବଂ ମାଙ୍କଡ଼ର ଏହି ହୃଦୟସ୍ପର୍ଶୀ ଭିଡିଓ ଇନଷ୍ଟାଗ୍ରାମରେ ଭାଇରାଲ ହେବାରେ ଲାଗିଛି। ୩ ହଜାରରୁ ଅଧିକ ଲୋକ ଏହି ଭିଡିଓକୁ ପସନ୍ଦ କରିଛନ୍ତି। କେହି କେହି କହିଛନ୍ତି ଯେ ଏହା ପ୍ରକୃତ ପ୍ରେମ ଏବଂ ସ୍ନେହର ଏକ ଉତ୍ତମ ଉଦାହରଣ।

Share