ପ୍ରଥମଥର ପାଇଁ ୩୦ ଜିଲାରୁ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୬ା୭(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ରବିବାର ରାଜ୍ୟରେ ୧୩୭୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୁଖ୍ୟକଥା ହେଲା ପ୍ରଥମଥର ପାଇଁ ୩୦ ଜିଲାରୁ ଏହି ରୋଗୀମାନେ ଚିହ୍ନଟ ହୋଇଛନ୍ତି। ଯାହାକି ପୂର୍ବରୁ କେବେ ହୋଇ ନ ଥିଲା। ପ୍ରତିଦିନ ରୋଗୀ ଚିହ୍ନଟ ହେଉଥିଲେ ସତ ମାତ୍ର ପୂରା ୩୦ ଜିଲାରୁ କେବେ ରୋଗୀ ବାହାରୁ ନ ଥିଲେ। କିଛି କିଛି ଜିଲା ବାଦ୍‌ ପଡ଼ି ଯାଉଥିଲା। ମାତ୍ର ଆଜି ପ୍ରଥମଥର ପାଇଁ ଏମିତି ହୋଇଛି। ଯାହାକି ଚିନ୍ତାର ବିଷୟ ପାଲଟିଛି।
ସୂଚନାଯୋଗ୍ୟ, ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ରବିବାର ସୁଦ୍ଧା ୨୫,୩୮୯ରେ ପହଞ୍ଚିଥିବା ବେଳେ ୧୫,୯୨୮ ସୁସ୍ଥ ହୋଇଛନ୍ତି। ୯,୨୮୭ ଚିକିତ୍ସିତ ହେଉଛନ୍ତି। ବିଭିନ୍ନ ଜିଲାରୁ ୧୪୦ ଜଣଙ୍କର କରୋନା ଜନିତ ମୃତ୍ୟୁ ମଧ୍ୟ ଘଟିସାରିଲାଣି।

Share