Posted inଖେଳ

ଭୁବନେଶ୍ୱରରେ ପ୍ରଥମଥର ବି.ସି. ରୟ ଟ୍ରଫି

ଭୁବନେଶ୍ୱର, ୫।୯ (ତପନ ସ୍ବାଇଁ): ସର୍ବଭାରତୀୟ ଫୁଟ୍‌ବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌), ଫୁଟ୍‌ବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ଓ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ ମଙ୍ଗଳବାରଠାରୁ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ବି.ସି. ରୟ ଟ୍ରଫି ଜାତୀୟ ଜୁନିୟର ଫୁଟ୍‌ବଲ ଟୁର୍ନାମେଣ୍ଟ। ଏହି ସମ୍ମାନଜନକ ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟରୁ ୧୬ଟି ଦଳ ଅଂଶଗ୍ରହଣ କରିବେ। ଭୁବନେଶ୍ୱରରେ ପ୍ରଥମଥର ପାଇଁ ଏହି ଟୁର୍ନାମେଣ୍ଟ ଆୟୋଜନ ହେବାକୁ ଯାଉଛି। ମ୍ୟାଚଗୁଡ଼ିକ ୟୁନିଟ-୩ସ୍ଥିତ କ୍ୟାପିଟାଲ ଫୁଟବଲ ଆରେନା ଏବଂ ୭ମ ବାଟାଲିୟନ ପରିସରରେ ଥିବା ଓଡ଼ିଶା ଫୁଟ୍‌ବଲ ଏକାଡେମୀ ପଡ଼ିଆରେ ଅନୁଷ୍ଠିତ ହେବ। ଅଂଶଗ୍ରହଣକାରୀ ଦଳଗୁଡ଼ିକୁ ୪ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ପ୍ରତି ଗ୍ରୁପ୍‌ରେ ୪ଟି ଲେଖାଏ ଦଳ ସ୍ଥାନ ପାଇଛନ୍ତି।

ଗ୍ରୁପ୍‌ ‘ସି’ରେ ଓଡ଼ିଶା
ଗ୍ରୁପ୍‌ ‘ଏ’ରେ ମିଜୋରାମ, କର୍ନାଟକ, ଝାଡ଼ଖଣ୍ଡ, ମହାରାଷ୍ଟ୍ର ଏବଂ ଗ୍ରୁପ୍‌ ‘ବି’ରେ ମେଘାଳୟ, କେରଳ, ପଶ୍ଚିମବଙ୍ଗ ଓ ଜମ୍ମୁ-କଶ୍ମୀର ଦଳ ସ୍ଥାନ ପାଇଛି। ଗ୍ରୁପ୍‌ ‘ସି’ରେ ରହିଛି ଓଡ଼ିଶା। ଏହି ଗ୍ରୁପ୍‌ର ଅନ୍ୟ ଦଳଗୁଡ଼ିକ ହେଲେ ଉତ୍ତର ପ୍ରଦେଶ, ହରିୟାଣା ଓ ଛତିଶଗଡ଼। ସେହିପରି ଗ୍ରୁପ୍‌ ‘ଡି’ରେ ପଞ୍ଜାବ, ଗୋଆ, ତାମିଲନାଡ଼ୁ ଓ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ସ୍ଥାନ ପାଇଛି। ମଙ୍ଗଳବାର କ୍ୟାପିଟାଲ ଆରେନାରେ ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ପ୍ରଥମ ଦିବସରେ ୪ଟି ମ୍ୟାଚ୍‌ ଖେଳାଯିବ। ପୂର୍ବାହ୍ନ ୮ଟାରେ କ୍ୟାପିଟାଲ ଆରେନାରେ ମିଜୋରାମ-ଝାଡ଼ଖଣ୍ଡ ଏବଂ ଓଡ଼ିଶା ଫୁଟବଲ ଏକାଡେମୀରେ କର୍ନାଟକ-ମହାରାଷ୍ଟ୍ର ମ୍ୟାଚ୍‌ ଅନୁଷ୍ଠିତ ହେବ। ସେହିପରି ଅପରାହ୍ନ ୩ଟା ୩୦ରେ କ୍ୟାପିଟାଲ ଆରେନାରେ ଓଡ଼ିଶା-ହରିୟାଣା ଏବଂ ଓଡ଼ିଶା ଫୁଟ୍‌ବଲ ଏକାଡେମୀରେ ଉତ୍ତର ପ୍ରଦେଶ-ଛତିଶଗଡ଼ ମ୍ୟାଚ୍‌ ଖେଳାଯିବ। ହରିୟାଣା ବିପକ୍ଷରୁ ଓଡ଼ିଶା ଏହାର ଅଭିଯାନ ଆରମ୍ଭ କରିବାପରେ ୭ ତାରିଖରେ ଦ୍ୱିତୀୟ ମ୍ୟାଚ୍‌ରେ ଉତ୍ତର ପ୍ରଦେଶ ଏବଂ ୯ରେ ତୃତୀୟ ମ୍ୟାଚ୍‌ରେ ଛତିଶଗଡ଼କୁ ଭେଟିବ। ୧୩ ତାରିଖରେ ୨ଟି ସେମିଫାଇନାଲ ଏବଂ ୧୫ରେ ଫାଇନାଲ ଅନୁଷ୍ଠିତ ହେବ।

ଓଡ଼ିଶାରେ ୬ଷ୍ଠ
ଏହାକୁ ମିଶାଇ ଓଡ଼ିଶାରେ ୬ଷ୍ଠ ଥର ପାଇଁ ବି.ସି. ରୟ ଟ୍ରଫି ଜାତୀୟ ଫୁଟ୍‌ବଲ ଖେଳ ହେବାକୁ ଯାଉଛି। ତେବେ ଭୁବନେଶ୍ୱରରେ ଏହା ପ୍ରଥମ। ପୂର୍ବରୁ ୫ ଥର ଏହା କଟକରେ ଅନୁଷ୍ଠିତ ହୋଇଥିଲା। କଟକରେ ୧୯୬୫ରେ ଏହା ପ୍ରଥମଥର ପାଇଁ ଆୟୋଜିତ ହୋଇଥିଲା ଏବଂ ଫାଇନାଲରେ ଆନ୍ଧ୍ର ପ୍ରଦେଶକୁ ୧-୦ ଗୋଲରେ ହରାଇ ଦିଲ୍ଲୀ ଚାମ୍ପିୟନ ହୋଇଥିଲା। ୪ ବର୍ଷ ପରେ ୧୯୬୯ରେ ଏହା ଦ୍ୱିତୀୟ ଥର ପାଇଁ କଟକରେ ହୋଇଥିଲା। ଓଡ଼ିଶା ଓ କେରଳ ମଧ୍ୟରେ ଅନୁଷ୍ଠିତ ଫାଇନାଲ ଗୋଲଶୂନ୍ୟ ରହିବାରୁ ଉଭୟ ଦଳକୁ ଯୁଗ୍ମ ବିଜେତା ଘୋଷଣା କରାଯାଇଥିଲା। ୧୯୭୭ରେ କଟକରେ ଏହା ତୃତୀୟ ଥରପାଇଁ ଆୟୋଜିତ ହୋଇଥିଲା। ପୂରା ଟୁର୍ନାମେଣ୍ଟରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଓଡ଼ିଶା ଫାଇନାଲରେ ବେଙ୍ଗଲଠାରୁ ୦-୧ ଗୋଲରେ ହାରି ରନରଅପ୍‌ରେ ସନ୍ତୁଷ୍ଟ ରହିଥିଲା। ୧୯୭୯ରେ ଅନୁଷ୍ଠିତ ଟୁର୍ନାମେଣ୍ଟର ଫାଇନାଲରେ ଆନ୍ଧ୍ର ପ୍ରଦେଶକୁ ୧-୦ ଗୋଲରେ ହରାଇ କର୍ନାଟକ ଟ୍ରଫି ଜିତିଥିଲା। କଟକରେ ଶେଷ ଥର ପାଇଁ ଏହା ୨୦୧୮-୧୯ରେ ଆୟୋଜିତ ହୋଇଥିଲା। ଏହାର ଫାଇନାଲରେ ପଞ୍ଜାବକୁ ୧-୦ ଗୋଲରେ ହରାଇ ମିଜୋରାମ ଟାଇଟଲ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri