ନୂଆଦିଲ୍ଲୀ,୧୮।୯: ସଂସଦର ସ୍ବତନ୍ତ୍ର ଅଧିବେଶନର ପ୍ରଥମ ଦିନରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭାରେ ଭାଷଣ ଦେଇ ପୁରୁଣା ଦିନକୁ ମନେ ପକାଇଛନ୍ତି। ନିର୍ବାଚନ ଜିତିବା ପରେ ପ୍ରଥମ ଥର ଲାଗି ସେ ଯେବେ ଗୃହରେ ପାଦ ରଖିଥିଲେ ସେତେବେଳେ ସେ ଶ୍ରଦ୍ଧାର ସହ ମୁଣ୍ଡ ନୁଆଇଁଥିଲେ। ରେଳ ପ୍ଲାଟଫର୍ମରୁ ଏକ ପିଲା ସଂସଦ ପହଞ୍ଚିବା ସେ କେବେହେଲେ ଭାବି ନ ଥିଲେ। ଏତେ ସମ୍ମାନ ତାଙ୍କୁ ମିଳିବ ବୋଲି ସେ ଆଶା କରି ନ ଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।
ତେବେ ୨୦୧୪ ମେ’ ୨୦ରେ ନରେନ୍ଦ୍ର ମୋଦି ପ୍ରଥମ ଥର ଲାଗି ସଂସଦ ପହଞ୍ଚିଥିଲେ। ସେତେବେଳେ ସେ ଗଣତନ୍ତ୍ରର ଏହି ମନ୍ଦିରର ଶିଡିରେ ମୁଣ୍ଡିଆ ମାରି କୃତଜ୍ଞତା ଜଣାଇଥିଲେ। ଉକ୍ତ ଦିନ ତାଙ୍କୁ ଭାଜପା ସଂସଦୀୟ ଦଳର ନେତା ଭାବେ ଚୟନ କରାଯାଇଥିଲା। ଏହାଛଡ଼ା ଦଳକୁ ବହୁମତ ମିଳିବା ନେଇ ତାଙ୍କୁ ଶ୍ରେୟ ଦିଆଯାଇଥିଲା।
ଦେଖନ୍ତୁ ଏହି ପୁରୁଣା ଭିଡିଓ: ସୌଜନ୍ୟ ଏନ୍ଡିଟିଭି