ପ୍ରଥମ ଥର ପାଇଁ ବ୍ରିଟେନରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଶୂନ

ଲଣ୍ଡନ,୨ା୬: ମାର୍ଚ୍ଚ ୨୦୨୦ ପରଠାରୁ ବ୍ରିଟେନରେ କରୋନା ଜନିତ ମୁତ୍ୟୁ ହୋଇନାହିଁ। ପ୍ରଥମ ଥର ପାଇଁ ବ୍ରିଟେନରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଶୂନ ରହିଛି।

ସରକାରୀ ଆକଳନରୁ ଜଣାପଡ଼ିଛି, ଦେଶରେ ୨୮ ଦିନ ମଧ୍ୟରେ ୩,୧୬୫ ନୂତନ ମାମଲା ରିପୋର୍ଟ କରାଯାଇଥିବା ବେଳେ ସୋମବାରରେ ୩,୩୮୩ଟି ମାମଲା ରିପୋର୍ଟ ହୋଇଥିଲା। ଗୋଟିଏ ସପ୍ତାହ ପୂର୍ବରୁ ୨,୪୯୩ଟି କରୋନା ମାମଲା ପ୍ରକାଶ ପାଇଥିଲା।

ସୂଚନାଯୋଗ୍ୟ, ୧୧ ମାର୍ଚ୍ଚ ୨୦୨୦ ପରଠାରୁ ମୃତ୍ୟୁ ତାରିଖ ରେକର୍ଡ କରାଯାଇ ନ ଥିବା ଗୋଟିଏ ଦିନ ହୋଇନାହିଁ। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଦ୍ୱାରା ପ୍ରକାଶିତ ପୃଥକ୍‌ ଆକଳନରୁ ଜଣାପଡିଛି ଯେ, ବ୍ରିଟେନରେ ୧, ୫୩,୦୦୦ ମୃତ୍ୟୁ ପଞ୍ଜୀକୃତ ହୋଇଛି ଯାହା କରୋନା ଭାଇରସ ଯୋଗୁ ବୋଲି ଉଲ୍ଲେଖ କରାଯାଇଛି। ମୃତ୍ୟୁ ପ୍ରମାଣପତ୍ର ବ୍ରିଟେନର ସ୍ବାସ୍ଥ୍ୟ ସଚିବ ମ୍ୟାଟ୍‌ ହାନକକ କହିଛନ୍ତି ଯେ, ଏହି ଖବର ଶୁଣି ସମଗ୍ର ଦେଶ ଖୁସି ହେବେ।

Share