Categories: ଜାତୀୟ

୭୭ ତମ ସ୍ବାଧିନତା ଦିବସରେ ପ୍ରଥମ ଥର ଦିଆଗଲା ସ୍ବଦେଶୀ ତୋପ ସଲାମି

ନୂଆଦିଲ୍ଲୀ,୧୫।୮: ଦେଶ ମଙ୍ଗଳବାର ୭୭ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରତିବର୍ଷ ପରି ସ୍ବାଧୀନତା ଦିବସରେ ୨୧ ତୋପ ସଲାମି ଦିଆଯାଇଥିଲା, କିନ୍ତୁ ଏହା ପ୍ରଥମ ଥର ପାଇଁ ଏକ ସ୍ବଦେଶୀ ତୋପ ସହିତ ଅଭିବାଦନ ଗ୍ରହଣ କରାଯାଇଥିଲା।
ସ୍ବାଧୀନତା ଦିବସରେ ମଧ୍ୟ ଏହାର ପ୍ରମାଣ ଦେଖିବାକୁ ମିଳିଥିଲା ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମେକ ଇନ ଇଣ୍ଡିଆ’ର ସ୍ବପ୍ନକୁ ସାକାର କରିବା, ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଦିଗରେ ଦେଶ କେତେ ଦ୍ରୁତ ଗତିରେ ଆଗକୁ ବଢୁଛି। ଏହି ବର୍ଷ ସ୍ବଦେଶୀ ୧୦୫ମିମି ଲାଇଟ ଫିଲ୍ଡ ବନ୍ଧୁକ ବ୍ୟବହାର କରାଯାଇଥିଲା।

Share