ପ୍ରଥମ ଥର କରଓ୍ବାଚୌଥ ପାଳନ କଲେ ନେହା କକ୍କର

ସାରା ଦେଶରେ କରଓ୍ବାଚୌଥ ପାଳନ କରାଯାଉଛି। କରୋନା କଟକଣା ସତ୍ତ୍ୱେ ଏହି ଉତ୍ସବକୁ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଥିବା ଦେଖିବାକୁ ମିଳିଛି। ତେବେ ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ମଧ୍ୟ କରଓ୍ବାଚୌଥ ବ୍ରତ ରଖିଛନ୍ତି। ଏଭଳି ପରିସ୍ଥିତିରେ, ଚଳିତ ବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ସେଲିବ୍ରିଟି ଦମ୍ପତିମାନେ କରଓ୍ବାଚୌଥ ସ୍ବତନ୍ତ୍ର ଭାବେ ପାଳନ କରିଛନ୍ତି।
ଗାୟକ ନେହା କକ୍କର ୨୪ ଅକ୍ଟୋବରରେ ଦିଲ୍ଲୀରେ ରୋହନପ୍ରୀତଙ୍କୁ ବିବାହ କରିଥିଲେ। ଉଭୟ ସୋସିଆଲ ମିଡିଆରେ ବିବାହ ଫଟୋ ଶେୟାର କରିଥିଲେ। ଫଟୋ ମାଧ୍ୟମରେ ପ୍ରଶଂସକମାନେ ନେହା ଏବଂ ରୋହନପ୍ରୀତଙ୍କ ବିବାହର ପ୍ରତ୍ୟେକ ଅପଡେଟ ପାଇଥିଲେ। ତେବେ ନେହାଙ୍କ ଏହା ହେଉଛି ପ୍ରଥମ କରଓ୍ବାଚୌଥ।

Share