ଅନ୍‌ସ୍କ୍ରିନ୍‌ରେ ପ୍ରଥମଥର ପାଇଁ ଅଭିନେତ୍ରୀଙ୍କୁ କିସ୍‌ କଲେ ସଲମାନ

ମୁମ୍ବାଇ: ସୁପରଷ୍ଟାର ତଥା ଦବଙ୍ଗ ଖାନ୍‌ ସଲମାନ ଯେଉଁ ଫିଲ୍ମରେ ଅଭିନୟ କରନ୍ତି ଦେଖିବା ପାଇଁ ଦର୍ଶକ ଚାତକ ପରି ଚାହିଁରହିଥାନ୍ତି। ଏବେ ତାଙ୍କ ଅଭିନୀତ ଫିଲ୍ମ ‘ରାଧେ : ୟୋର ମୋଷ୍ଟ ଓ୍ବାଣ୍ଟେଡ ଭାଇ’ର ଟ୍ରେଲର ରିଲିଜ ହୋଇଛି। ଏହା ଇଦ୍‌ ଅବସରରେ ପରଦାକୁ ଆସିବ। ଏବେ ଟ୍ରେଲର ଦେଖି ଅନୁମାନ କରିହେଉଛି ଭାଇଜାନଙ୍କ ଦମ୍‌ଦାର ଅଭିନୟ ବିଷୟରେ।

ଏହି ଫିଲ୍ମରେ ଅପରାଧ, ରୋମାନ୍ସ ଏବଂ ଗୀତ ସବୁକିଛି ରହିଛି। ସବୁକୁ ହିସାବ କରି ପ୍ରଶଂସକ କହୁଛନ୍ତି ପୂରା ମସଲା ଭର୍ତ୍ତି ଫିଲ୍ମ ଆସିବ।

ସବୁଠୁ ବଡ଼ କଥା ହେଲା ଭାଇଜାନ ଆଜି ପର୍ଯ୍ୟନ୍ତ କୌଣସି ଫିଲ୍ମରେ କେବେ କିସ୍‌ ସିନ କରି ନ ଥିଲେ। ମାତ୍ର ଏହି ଫିଲ୍ମରେ ସେ ତାଙ୍କ ପ୍ରତିଜ୍ଞା ଆଉ ରଖି ପାରିନାହାନ୍ତି। ଅନ୍‌ସ୍କ୍ରିନ୍‌ରେ ପ୍ରଥମଥର ପାଇଁ ଭାଇଜାନ କିସ୍‌ ଦେଇଛନ୍ତି। ତାଙ୍କ ବିପକ୍ଷରେ ନାୟିକା ଅଛନ୍ତି ଦିଶା ପଟାନୀ। ସେ ଅନ୍‌ସ୍କ୍ରିନ୍‌ରେ ଦିଶାଙ୍କୁ କିସ୍‌ କରିଛନ୍ତି। ଭାଇଜାନଙ୍କ ଅଭିନୟ ପ୍ରଶଂସକମାନଙ୍କୁ ବେଶ୍‌ ପସନ୍ଦ ଆସିଛି। ଟ୍ରେଲରରେ ତ ଏତେ ଫିଲ୍ମରେ କେତେ ବୋଲି ପ୍ରଶଂସକ କହିଛନ୍ତି। ସଲମାନଙ୍କ ବ୍ୟତୀତ ଫିଲ୍ମରେ ଦିଶା ପଟାନୀ, ରଣଦୀପ ହୁଡ୍ଡା ଏବଂ ଜ୍ୟାକି ଶ୍ରଫ୍‌ ପ୍ରମୁଖ ଅଭିନୟ କରିଛନ୍ତି।

Share