Advertisement

୩୭୦ ଧାରା ହଟିବା ପରେ ଜମ୍ମୁ-କଶ୍ମୀରରେ ହେବ ପ୍ରଥମଥର ଭୋଟ୍‌: ଆଜି ତାରିଖ ଘୋଷଣା

ନୂଆଦିଲ୍ଲୀ,୧୬ା୮: ନିର୍ବାଚନ ଆୟୋଗ ଶୁକ୍ରବାର ବିଧାନସଭା ନିର୍ବାଚନର କାର୍ଯ୍ୟସୂଚୀ ଘୋଷଣା କରିବାକୁ ଯାଉଛନ୍ତି। ଜମ୍ମୁ-କଶ୍ମୀର ଏବଂ ହରିୟାଣାରେ ବିଧାନସଭା ନିର୍ବାଚନ ତାରିଖ ଆଜି ଘୋଷଣା ହେବାର ସମ୍ଭାବନା ରହିଛି। ତେବେ ଜମ୍ମୁ-କଶ୍ମୀରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି, କାରଣ ଧାରା ୩୭୦ ହଟାଯିବା ପରେ ପ୍ରଥମଥର ପାଇଁ ଏଠାରେ ଭୋଟ୍‌ ଅନୁଷ୍ଠିତ ହେବ। ଏହା ବ୍ୟତୀତ ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ମଧ୍ୟ କରାଯିବ।

ଆଜି ଅପରାହ୍ନ ୩ଟାରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବ। ଯେଉଁଥିରେ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରାଯିବ। ଜମ୍ମୁ-କଶ୍ମୀରରେ ୫ରୁ ୭ଟି ପର୍ଯ୍ୟାୟରେ ନିର୍ବାଚନ କରାଯାଇପାରିବ। ୟୁନିୟନ ଅଞ୍ଚଳରେ ନିର୍ବାଚନ କରିବା ପାଇଁ ସେଠାରେ ଥିବା ଅଧିକାରୀଙ୍କ ସହ ନିର୍ବାଚନ ଆୟୋଗର ଏକ ବୈଠକ ହୋଇଥିଲା। ଜମ୍ମୁ-କଶ୍ମୀରରେ ସୁରକ୍ଷା ପରିସ୍ଥିତିର ମୂଲ୍ୟାଙ୍କନ ତାଙ୍କଠାରୁ ନିଆଯାଇଥିଲା। ସୁରକ୍ଷା ସମ୍ବନ୍ଧୀୟ ସବୁଜ ସଙ୍କେତ ପାଇବା ପରେ ହିଁ ନିର୍ବାଚନ ପ୍ରସ୍ତୁତି ଆରମ୍ଭ ହୋଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share