ଖୋଲିଲା ପ୍ରଥମ କିନ୍ନର ସାଲୁନ…

ମୁମ୍ବାଇ,୨୫।୩ : କିନ୍ନରଙ୍କୁ ଏବେ ମଧ୍ୟ ବହୁ ଭେଦଭାବର ସମ୍ମୁଖୀନ ହେବାକୁ ପଡୁଛି। ସେମାନଙ୍କର ଅସ୍ତିତ୍ୱ ଏବଂ ସମାନ ଅଧିକାର ପାଇଁ କ୍ରମାଗତ ଭାବରେ ସଂଗ୍ରାମ କରିବା ପରେ ମଧ୍ୟ ସେମାନେ ସେମାନଙ୍କର ଲକ୍ଷ୍ୟକୁ ସମ୍ପୂର୍ଣ୍ଣ ରୂପେ ହାସଲ କରିବାରେ ସକ୍ଷମ ହୋଇ ନାହାଁନ୍ତି । ତଥାପି, ସେମାନଙ୍କ ମଧ୍ୟରୁ କେତେକ ସେମାନଙ୍କର କାର୍ଯ୍ୟ ଦକ୍ଷତାକୁ ପ୍ରମାଣିତ କରୁଛନ୍ତି।

ସେମାନଙ୍କୁ ସଶକ୍ତ ଏବଂ ଆତ୍ମନିର୍ଭରଶୀଳ କରିବା ପାଇଁ ମୁମ୍ବାଇରେ ଏକ ଟ୍ରାନ୍ସଜେଣ୍ଡର ସାଲୁନ ଆରମ୍ଭ ହୋଇଛି। ଜୈନବ ଏହି ଟ୍ରାନ୍ସଜେଣ୍ଡର ସାଲୁନ ଆରମ୍ଭ କରିଛନ୍ତି । ସେ ଅନ୍ୟ ୭ ଜଣ କିନ୍ନରଙ୍କ ସହିତ ମିଶି ମୁମ୍ବାଇରେ ପ୍ରଥମେ ଆରମ୍ଭ ହୋଇଥିବା ଟ୍ରାନ୍ସଜେଣ୍ଡର ସାଲୁନ ଚଳାଉଛନ୍ତି । ଜୈନବ କିନ୍ନରଙ୍କ ପାଇଁ ଏସବୁ କରୁଛନ୍ତି। ସେ କହିଛନ୍ତି ଯେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। କିନ୍ନରଙ୍କୁ ସଶକ୍ତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ପଦକ୍ଷେପ କିନ୍ନରଙ୍କୁ ଉତ୍ସାହିତ କରିବ। ଜୈନାବ କହିଛନ୍ତି ଯେ ଏହି ସେଲୁନରେ ଟ୍ରାନ୍ସଜେଣ୍ଡରମାନେ କାର୍ଯ୍ୟ ସହିତ ସେମାନଙ୍କୁ ତାଲିମ ଦିଆଯାଉଛି।
ଡ୍ୟୁଶ ବ୍ୟାଙ୍କ ଏବଂ ରୋଟାରୀ କ୍ଲବ ଅଫ ବମ୍ବେର ମିଳିତ ସହଯୋଗରେ ମୁମ୍ବାଇରେ ଟ୍ରାନ୍ସଜେଣ୍ଡର ସାଲୁନ ଖୋଲାଯାଇଛି।

Share