Categories: ବାଣିଜ୍ୟ

ମାଲାବାରକୁ ପ୍ରଥମ ଟିଆରକ୍ୟୁ ଲାଇସେନ୍ସ

ନୂଆଦିଲ୍ଲୀ,୨୨।୫: ଦେଶର ସର୍ବବୃହତ୍‌ ଅଳଙ୍କାର ପ୍ରତିଷ୍ଠାନ ତଥା ସୁନା ଓ ହୀରାର ପ୍ରମୁଖ ରିଟେଲ ଚେନ୍ସ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍‌ସକୁ ନିକଟରେ ତାରିଫ ରେଟ୍‌ କୋଟା (ଟିଆରକ୍ୟୁ)ର ଲାଇସେନ୍ସ ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ଡାଇରେକ୍ଟର ଜେନେରାଲ ଅଫ୍‌ ଫରେନ ଟ୍ରେଡ୍‌ (ଡିଜିଏଫ୍‌ଟି) ପକ୍ଷରୁ ଟିଆରକ୍ୟୁ ଲାଇସେନ୍ସ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍‌ସକୁ ଦିଆଯାଇଛି। ଫଳରେ ଦେଶର ପ୍ରଥମ ଜୁଏଲେରି ଗ୍ରୁପ ଭାବେ ଉକ୍ତ ଲାଇସେନ୍ସ ପାଇଥିବା ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍‌ସ ଇଣ୍ଡିଆ ଇଣ୍ଟରନ୍ୟାଶନାଲ ବୁଲିଅନ୍‌ ଏକ୍ସଚେଞ୍ଜ (ଆଇଆଇବିଏକ୍ସ) ମାଧ୍ୟମରେ ସୁନା ଆମଦାନୀ କରିପାରିବ ବୋଲି ଜଣାପଡିଛି। ଅପରପକ୍ଷରେ ଉକ୍ତ ଲାଇସେନ୍ସ ଜରିଆରେ ମାଲାବାର ଗ୍ରୁପ ଭାରତ-ୟୁଏଇ ସହ ଆଇଆଇବିଏକ୍ସ ଅଧୀନରେ ସୁନା ଆମଦାନୀ କରିବାରେ ଟିଆରକ୍ୟୁ ବେଶ୍‌ ସାହାଯ୍ୟ କରିବ ବୋଲି ମାଲାବାର ପକ୍ଷରୁ କୁହାଯାଇଛି।
ଏ ସମ୍ପର୍କରେ ମାଲାବାର ଗ୍ରୁପର ଚେୟାରମ୍ୟାନ ଏମପି. ଅହମ୍ମଦ କହିଛନ୍ତି, ଏହା ଆମ ପାଇଁ ଗର୍ବର ବିଷୟ ହୋଇଥିବା ବେଳେ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍‌ସ ଭାରତର ପ୍ରଥମ ଅଳଙ୍କାର ପ୍ରତିଷ୍ଠାନ ଭାବେ ଉଭା ହୋଇଛି। ବିଶେଷକରି ସୁନା ଆମଦାନୀ ପାଇଁ ଟିଆରକ୍ୟୁ ଲାଇସେନ୍ସ ଜରୁରୀ ହୋଇଥିବାବେଳେ ଆମେ ଦେଶର ପ୍ରଥମ ଅଳଙ୍କାର ପ୍ରତିଷ୍ଠାନ ଭାବେ ଉକ୍ତ ଲାଇସେନ୍ସ ହାସଲ କରିଛୁ। ସେଥିପାଇଁ ଉଭୟ ଡିଜିଏଫ୍‌ଟି ଓ ବିଭାଗୀୟ ସମସ୍ତ ଅଧିକାରୀଙ୍କୁ ଧନ୍ୟବାଦ ଜଣାଉଛୁ। ଅପରପକ୍ଷରେ ଏହି ଲାଇସେନ୍ସ ଆମର କାରବାରକୁ ଆହୁରି ସରଳ ଓ ସୁରକ୍ଷିତ କରିଛି। ଏପରିକି ଏହା ଆମର ମିଶନକୁ ଆହୁରି ମଜଭୁତ କରିବ। ବିଶେଷକରି ଭାରତୀୟ ବଜାରରେ ବିଶ୍ୱକୁ ଟିଆରକ୍ୟୁ ଲାଇସେନ୍ସ ମଧ୍ୟ ଆମ ପାଇଁ ବାଟ ଖୋଲିବ ବୋଲି ସେ ମତପ୍ରକାଶ କରିଛନ୍ତି।

Share