Categories: ଖେଳ

ଆଇପିଏଲ୍‌ରେ ପ୍ରଥମ ଯାଆଁଳା ଭାଇ

ମୁମ୍ବାଇ, ୧୭।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଇତିହାସରେ ଦୁଇ ଭାଇ ଖେଳିବାର ଅନେକ ନଜିର ରହିଛି। ମାତ୍ର ପ୍ରଥମ ଯାଆଁଳାଭାଇ ଚଳିତ ସଂସ୍କରଣରେ ଖେଳିଛନ୍ତି। ସେ ହେଲେ ଦକ୍ଷିଣ ଆଫ୍ରିକାର ମାର୍କୋ ଜାନସେନ ଓ ଡୁଆନ ଜାନସେନ। ବାମହାତୀ ଦ୍ରୁତବୋଲର ମାର୍କୋ ଜାନସେନ ୨୦୨୧ରୁ ଆଇପଇଏଲ୍‌ରେ ଖେଳି ଆସୁଛନ୍ତି। ଇତିମଧ୍ୟରେ ସେ ୧୨ଟି ମ୍ୟାଚ ଖେଳି ୧୩ଟି ଉଇକେଟ ନେଇ ସାରିଛନ୍ତି। ଚଳିତ ସଂସ୍କରଣରେ ସେ ସନ୍‌ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। ମାର୍କୋ ଜାନସେନ୍‌ କିନ୍ତୁ ରବିବାର ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଆଇପିଏଲ୍‌ କ୍ୟାରିୟର ଆରମ୍ଭ କରିଛନ୍ତି। କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ସେ ପ୍ରଥମ ଆଇପିଏଲ୍‌ ମ୍ୟାଚ ଖେଳିଛନ୍ତି। ୨୦୦୦ ମେ’୧ରେ ଦକ୍ଷିଣ ଆଫ୍ରିକା ନର୍ଥ ଓ୍ବେଷ୍ଟର କ୍ଲେକ୍ସଡର୍ପଠାରେ ଦୁଇ ଭାଇଙ୍କର ଜନ୍ମ। ମାର୍କୋଙ୍କ ପରି ଡୁଆନ ମଧ୍ୟ ଜଣେ ବାମହାତୀ ଦ୍ରୁତ ବୋଲର। ସେ ନିଜର ପ୍ରଥମ ଆଇପିଏଲ୍‌ ମ୍ୟାଚରେ ୪ ଓଭର ବୋଲିଂ କରି ୫୩ ରନ ବିନିମୟରେ ଗୋଟିଏ ଉଇକେଟ ନେଇଛନ୍ତି।
ଆଇପିଏଲ୍‌ରେ ଦୁଇ ଭାଇ
ଇରଫାନ ପଠାନ-ୟୁସୁଫ ପଠାନ
ଶନ୍‌ ମାର୍ଶ-ମିଚେଲ ମାର୍ଶ
ମାଇକେଲ ହସି-ଡେଭିଡ ହସୀ
ଆଲ୍‌ବି ମୋର୍କେଲ-ମୋର୍ନେ ମୋର୍କେଲ
ବ୍ରେଣ୍ଡନ ମ୍ୟାକକୁଲମ-ନାଥାନ ମ୍ୟାକକୁଲମ
ଡ୍ବେନ ବ୍ରାଭୋ-ଡାରେନ ବ୍ରାଭୋ
ସିଦ୍ଧାର୍ଥ କୌଲ-ଉଦୟ କୌଲ
ହାର୍ଦ୍ଦିକ ପାଣ୍ଡ୍ୟା-କୃନାଲ ପାଣ୍ଡ୍ୟା
ସାମ୍‌ କୁରାନ-ଟମ୍‌ କୁରାନ
ଯାଆଁଳା ଭାଇ
ମାର୍କୋ ଜାନସେନ-ଡୁଆନ ଜାନସେନ

Share