ପ୍ରଥମଥର ପାଇଁ ଆମେରିକାରେ ଏହି ପଶୁକୁ କରୋନା, ଚିନ୍ତାରେ ବୈଜ୍ଞାନିକ

ଓ୍ବାଶିଂଟନ୍‌,୧୮।୮: ଆମେରିକାରେ ପ୍ରଥମ ଥର ପାଇଁ ନେଉଳ କରୋନା ସଂକ୍ରମିତ ହୋଇଛି। ଏହାପୂର୍ବରୁ ୟୁରୋପୀୟ ଦେଶମାନଙ୍କରେ ନେଉଳ କରୋନା ସଂକ୍ରମଣର ଏକ ମାମଲା ସାମ୍ନାକୁ ଆସିଥିଲା। ଉଟାହର ଦୁଇଟି ବଡ଼ ଫାର୍ମରେ ନେଉଳକୁ କରୋନା ହୋଇଥିବା ଜଣାପଡିଛି। ଫଳରେ ଆମେରିକାର କୃଷି ବିଭାଗ ଉକ୍ତ ଫାର୍ମକୁ ବନ୍ଦ କରିଦେଇଛି। ଉହାଟର ଏହି ଫାର୍ମରେ କାର୍ଯ୍ୟ କରୁଥିବା କିଛି କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ସଂକ୍ରମିତ ମଣିଷଠାରୁ ପଶୁକୁ କରୋନା ହେବା ନଜିର ରହିଛି। କିନ୍ତୁ ସଂକ୍ରମିତ ପଶୁଠାରୁ ମଣିଷକୁ କରୋନା ହେବା ମାମଲା ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ। ବୈଜ୍ଞାନିକଙ୍କ ସୂଚନା ଅନୁଯାୟୀ କରୋନା ଜୀବାଣୁ ପ୍ରଥମେ ବାଦୁଡିଠାରୁ ମାନବଙ୍କ ନିକଟକୁ ଆସିଥିଲା। ପରେ କୁକୁର ଏବଂ ବିଲେଇମାନେ ଏଥିରେ ସଂକ୍ରମିତ ହୋଇଥିଲେ। ନେଦରଲ୍ୟାଣ୍ଡ, ଡେନମାର୍କ, ସ୍ପେନରେ ନେଉଳକୁ କରୋନା ହୋଇଥିବା ଜଣାପଡିଥିଲା। କିନ୍ତୁ ଆମେରିକାରେ ଏହି ଜୀବମାନେ କିପରି ସଂକ୍ରମିତ ହେଲେ ତାହା ବୁଝାପଡୁନାହିଁ ବୋଲି ବୈଜ୍ଞାନିକମାନେ କହିଛନ୍ତି। କରୋନା ଜୀବାଣୁ ନ ବ୍ୟାପିବା ପାଇଁ ନେଦରଲ୍ୟାଣ୍ଡରେ ୧ ମିଲିୟନରୁ ଅଧିକ ନେଉଳଙ୍କୁ ମାରି ଦିଆଯାଇଥିଲା।

Share