Categories: ଜାତୀୟ

ଭାରତରେ ଡବ୍ଲୁଏଚଓ ଡିଜିଟାଲ ସ୍ବାସ୍ଥ୍ୟ ସମ୍ପର୍କିତ ପ୍ରଥମ ଶିଖର ସମ୍ମିଳନୀ: ୪୨ ଦେଶ ଯୋଗଦେବେ…

ନୂଆଦିଲ୍ଲୀ,୧୭।୮ : ସମଗ୍ର ବିଶ୍ୱ ବର୍ତ୍ତମାନ ଭାରତର ଉନ୍ନତ ସ୍ବାସ୍ଥ୍ୟ ନୀତି ଆପଣାଇବ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ ) ସହଯୋଗରେ ଭାରତ ଅଗଷ୍ଟ ୧୯ ରେ ଗୁଜରାଟର ଗାନ୍ଧିନଗରରେ ପ୍ରଥମ ବିଶ୍ୱସ୍ତରୀୟ ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି। ଏଥିରେ ଡବ୍ଲୁଏଚଓ ଏକ ଡିଜିଟାଲ ସ୍ବାସ୍ଥ୍ୟ ସମ୍ପର୍କିତ ଢାଞ୍ଚା ଜାରି କରିବ, ଯାହା ଚଳିତ ବର୍ଷ ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ତିନିଟି ଜି -୨୦ ସ୍ବାସ୍ଥ୍ୟ ବୈଠକରେ ପ୍ରସ୍ତୁତ ହୋଇଛି।

ଡବ୍ଲୁଏଚଓର ବିଶ୍ୱସ୍ତରୀୟ ଢାଞ୍ଚାରେ ସେହି ସମସ୍ତ ଦେଶର ଟେକ୍ନୋଲୋଜି ଅନ୍ତର୍ଭୁକ୍ତ ଯାହା ମାଧ୍ୟମରେ ଏକ ବଡ଼ ପରିବର୍ତ୍ତନ ଆସିଛି। କୋଭୋନା ୱେବସାଇଟ ଦ୍ୱାରା କରୋନା ମହାମାରୀରେ ଟିକାକରଣ ପାଇଁ କୋଓ୍ବିନ ଓ୍ବେବସାଇଟ, ସାର୍ବଜନୀନ ଟିକାକରଣ ଏବଂ ବିଶ୍ୱର ସର୍ବବୃହତ ସ୍ବାସ୍ଥ୍ୟ ବୀମା ଯୋଜନା ଆୟୁଷ୍ମାନ ଭାରତ ମଧ୍ୟ ଅନ୍ତର୍ଭୁକ୍ତ କରିଛି।

ଡବ୍ଲୁଏଚଓ ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ ଆଧାନୋମ ଘେବ୍ରେୟସସ ଭାରତର ପ୍ରାଥମିକ ସ୍ବାସ୍ଥ୍ୟ ସେବାକୁ ପ୍ରଶଂସା କରିଥିଲେ।

Share