Categories: ଜାତୀୟ

ଦ୍ୱିତୀୟ ବିବାହ କରୁଥିଲେ ସ୍ବାମୀ, ହଙ୍ଗାମା କଲେ ପ୍ରଥମ ସ୍ତ୍ରୀ; ଆଉ ତା’ ପରେ…

ଡେରାଡୁନ,୧୪ା୭: ଉତ୍ତରାଖଣ୍ଡର ଉଦ୍ଦମସିଂହ ନଗରରେ ଏମିତି ଏକ ଘଟଣା ଘଟିଛି, ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏଠାକାର ଜଣେ ଯୁବକ ଦ୍ୱିତୀୟ ବିବାହ କରୁଥିବା ବେଳେ ପ୍ରଥମ ସ୍ତ୍ରୀ ଆସି ହଙ୍ଗାମା କରିବାରୁ ବାହାଘର ଅଧାରୁ ବନ୍ଦ ହୋଇଛି। ବର ଶିଶୁପାଳ ହୋଇ ଫେରି ଯାଇଛନ୍ତି।

ଉଦ୍ଦମସିଂହ ନଗରର କାଶୀପୁରରେ ଏପରି ଅଜବ ଘଟଣା ଘଟିଛି। ମୁର୍ଦ୍ଦାବାଦରୁ ବରଯାତ୍ରୀଙ୍କ ସହ କନ୍ୟା ଘରକୁ ଯାଇଥିଲେ ଜଣେ ବର। ବିବାହ ଚାଲିଥିବା ସମୟରେ ଜଣେ ମହିଳା ନିଜକୁ ପ୍ରଥମ ସ୍ତ୍ରୀ ବୋଲି କହି ଦାବି କରି ପାଟିତୁଣ୍ଡ ଆରମ୍ଭ କରିଥିଲେ। ଘଟଣା ସମ୍ପର୍କରେ ପୋଲିସ ସୂଚନା ପାଇ ପହଞ୍ଚିଥିଲା। ତେବେ କୋଭିଡ୍‌ ନିୟମ ଉଲ୍ଲଂଘନ କରାଯାଉଥିବା କହି ବରଯାତ୍ରୀଙ୍କୁ ଫେରାଇ ଦେଇଥିଲା ପୋଲିସ। ପରେ ନିଜକୁ ପ୍ରଥମ ସ୍ତ୍ରୀ ବୋଲି ଦାବି କରୁଥିବା ମହିଳାଙ୍କୁ ପଚରାଉଚରା କରିଥିଲା। ମାତ୍ର ମହିଳା ଜଣଙ୍କ କୌଣସି ପ୍ରମାଣ ଦେଇପାରି ନ ଥିଲେ। ଏପଟେ ପୋଲିସ ବରକନ୍ୟା ଆର୍‌ଟିପିସିଆର ରିପୋର୍ଟ ଦାଖଲ କରି ନ ଥିବାରୁ ବାହାଘରକୁ ବନ୍ଦ କରିଥିଲା। ଫଳରେ କନ୍ୟାଙ୍କୁ ନ ନେଇ ଖାଲି ହାତରେ ଘରକୁ ଫେରି ଯାଇଥିଲେ ବର।

Share