ବାରିପଦା ଅଫିସ,୧୧।୧୧: ବାରିପଦା ସଦର ଥାନା ପୋଲିସ ବୁଧବାର ଚନ୍ଦନପୁର ପଞ୍ଚାୟତ ଅଧୀନ ବୈଦ୍ୟପୁର ଗ୍ରାମର ଏକ କୂଅରୁ ଜନୈକା ମହିଳାଙ୍କ ଗଳିତ ମୃତଦେହ ଜବତ କରିଛି। ମହିଳା ଜଣକ ହେଲେ ମୁନସୀ ମାରାଣ୍ଡିଙ୍କ ସ୍ତ୍ରୀ କରମୀ(୪୫)। ଏ ସଂକ୍ରାନ୍ତରେ କରମୀଙ୍କ ଭାଇ ରଣଜିତ ଟୁଡୁଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ହତ୍ୟା ମାମଲା (ନଂ.୨୩୧/୨୧) ରୁଜୁ କରିଛି। ମୁନସୀ ଓ ତାଙ୍କ ଦ୍ୱିତୀୟ ସ୍ତ୍ରୀଙ୍କୁ ପୋଲିସ ଅଟକ ରଖିଛି। ମୁନସୀଙ୍କ ଦୁଇଟି ସ୍ତ୍ରୀ ରହିଥିବା ବେଳେ କୌଣସି କାରଣକୁ ନେଇ କରମୀ ରବିବାର ଠାରୁ ନିଖୋଜ ଥିଲେ। ବୁଧବାର କୂଅରେ ତାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା।ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପିଆର୍ଏମ୍ ମେଡିକାଲକୁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ତଦନ୍ତକାରୀ ଅଫିସର ଲମ୍ବୋଦର ମାଝି ପ୍ରକାଶ କରିଛନ୍ତି।
Posted inଆମ ଜିଲା ଖବର, ମୟୂରଭଞ୍ଜ, ରାଜ୍ୟ