ଦାରିଙ୍ଗବାଡ଼ି,୩୦ା୯(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସମେତ ଆଖପାଖ ଅଞ୍ଚଳରେ ଘନ କୁହୁଡ଼ି ସହ ପହିଲି ଶୀତ ଅନୁଭୂତ ହୋଇଛି। ତେବେ ସକାଳୁଆ ଶୀତ ହେବା ସହ ସନ୍ଧ୍ୟା ହେଲେ ବାହାରେ ଥିବା ଗାଡ଼ି, ଟିଣ ଘର ଉପରେ କାକର ବିନ୍ଦୁ ପଡୁଛି। ଦାରିଙ୍ଗବାଡ଼ିରେ ଶୁକ୍ରବାର ସକାଳ ୮ରେ ସର୍ବନିମ୍ନ ତାପମାତ୍ରା୨୦ ଡିଗ୍ରୀ ରହିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି୍। କୁହୁଡ଼ି ଆଚ୍ଛାଦିତ ହୋଇଥିବାରୁ ଗାଡ଼ି ଚଳାଚଳରେ ସମସ୍ୟା ଦେଖାଯାଇଛି।