Posted inଜାତୀୟ

ପ୍ରଥମେ ସ୍ବାମୀଙ୍କ ଦୀର୍ଘାୟୁ କାମନା, ପରେ ହତ୍ୟା

ଲକ୍ଷ୍ମୌ/ଜୟପୁର,୨୨ା୧୦: ଉତ୍ତର ପ୍ରଦେଶର କୌଶାମ୍ବି ଜିଲା କଡ଼ା ଧାମ ଥାନା ଅନ୍ତର୍ଗତ ଇସ୍ମାଇଲପୁର ଗ୍ରାମରୁ ଏକ ଲଜ୍ଜାକର ଘଟଣା ସାମ୍‌ନାକୁ ଆସିଛି। ସ୍ବାମୀଙ୍କ ସହ ସାତଜନ୍ମର ସମ୍ପର୍କ ନିଭାଇବା ପାଇଁ ଶପଥ ନେଇଥିବା ଜଣେ ମହିଳା ତାଙ୍କ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି କରବାଚୌଥ ବ୍ରତ ରଖିଥିଲେ। ପରେ ସେ ନିଜ ସ୍ବାମୀଙ୍କୁ ଖାଦ୍ୟରେ ବିଷ ଦେଇ ହତ୍ୟା କରିଛନ୍ତି।

କରବାଚୌଥ ଅବସରରେ ଇସ୍ମାଇଲପୁର ଗ୍ରାମର ଶୈଲେଶ କୁମାର(୩୨)ଙ୍କ ଦୀର୍ଘାୟୁ କାମନା କରି ତାଙ୍କ ସ୍ତ୍ରୀ ସବିତା ବ୍ରତ ରଖିଥିଲେ। ପରମ୍ପରା ଅନୁଯାୟୀ, ସାରେ ସବିତା ସ୍ବାମୀ ଶୈଲେଶଙ୍କ ମୁଖ ଦେଖି ବ୍ରତ ଭାଙ୍ଗିଥିଲେ। କିନ୍ତୁ ଏହି ସମୟରେ ଶୈଲେଶ ଓ ସବିତାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ତେବେ ଏହି ଝଗଡ଼ା କିଛି ସମୟ ପରେ ଶାନ୍ତ ପଡ଼ିଥିଲା। ରାତିରେ ସବିତା ଶୈଲେଶଙ୍କ ପାଇଁ ଖାଦ୍ୟ ରାନ୍ଧି ତାଙ୍କୁ ପରଷିଥିଲେ।

ଶୈଲେଶ ଖାଉଥିବା ସମୟରେ ପଡ଼ୋଶୀଙ୍କ ଘରକୁ ଯାଉଛି କହି ସବିତା ଫେରାର ହୋଇଯାଇଥିଲେ। ଖାଇବା ପରେ ଶୈଲେଶ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ପରିବାର ଲୋକେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଶୈଲେଶଙ୍କ ଭାଇ ଅଖିଲେଶ କହିଛନ୍ତି, ହସ୍ପିଟାଲରେ ମୃତ୍ୟୁ ପୂର୍ବରୁ ଶୈଲେଶ ଏକ ଭିଡିଓ କରି ସ୍ତ୍ରୀ ସବିତା ତାଙ୍କ ଖାଦ୍ୟରେ ବିଷ ମିଶାଇଥିଲେ ବୋଲି କହିଛନ୍ତିି। ଏହାର ତୁରନ୍ତ ପରେ ଭାଇ ଶୈଲେଶଙ୍କର ମୃତ୍ୟୁ ଘଟିଥିବା ନେଇ ସେ କହିଛନ୍ତି। ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଉକ୍ତ ହସ୍ପିଟାଲରେ ପହଞ୍ଚିବା ସହ ଶୈଲେଶଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସେହିପରି ଶୈଲେଶଙ୍କ ପରିବାରର ଅଭିଯୋଗ ଅନୁଯାୟୀ, ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ତେବେ ସୋମବାର ଅଭିଯୁକ୍ତା ସବିତାଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି। ସବିତାଙ୍କୁ ପଚରାଉଚରା କରି କଡ଼ା ଧାମ ଥାନା ପୋଲିସ ତଦନ୍ତ ଜାରି ରଖିଛି। ମୃତ୍ୟୁ ପୂର୍ବରୁ ଶୈଲେଶଙ୍କ ଭିଡିଓକୁ ନେଇ ମଧ୍ୟ ପୋଲିସ ଯାଞ୍ଚ କରୁଛି। ଶୈଲେଶଙ୍କର ଅନ୍ୟ ମହିଳାଙ୍କ ସହ ପରକୀୟା ପ୍ରୀତି ଥିବା ସନ୍ଦେହ କରି ସବିତା ଏହି ହତ୍ୟା ଘଟାଇଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ପୋଲିସ କହିଛି।

ଅନ୍ୟପକ୍ଷେ କର୍‌ବାଚୌଥ ଅବସରରେ ରାଜସ୍ଥାନର ଜୟପୁରର ହରମାଡ଼ା ଅଞ୍ଚଳରୁ ମଧ୍ୟ ଏକ ଦୁଃଖଦ ଘଟଣା ସାମ୍‌ନାକୁ ଆସିଛି। କରବାଚୌଥ ଦିନ ହରମାଡ଼ା ଅଞ୍ଚଳର ନିବାସୀ ଘନଶ୍ୟାମ ବୁନ୍‌କର(୩୮) ବିଳମ୍ବରେ ଘରେ ପହଞ୍ଚିବାରୁ ତାଙ୍କ ସ୍ତ୍ରୀ ମୋନିକା(୩୫) ଏଥିରେ ଉତ୍‌କ୍ଷିପ୍ତ ହୋଇଥିଲେ। ଫଳରେ ଏହି ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ାର କିଛି ସମୟ ପରେ ଘନଶ୍ୟାମ ମୋନିକାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ରାଗରେ ଘର ଛାଡ଼ି ଦ୍ରୁତଗତିରେ ଆସୁଥିବା ଏକ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ। ସୋମବାର ସ୍ତ୍ରୀ ମୋନିକାଙ୍କ ମୃତ୍ୟୁ ଖବର ଜାଣି ଘନଶ୍ୟାମ ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଥିଲେ। ପରେ ସେ ତାଙ୍କ ଘରେ ସ୍ତ୍ରୀଙ୍କ ଶାଢ଼ିରେ ଝୁଲି ଆତ୍ମହତ୍ୟା କରିଛନ୍ତି। ଜୟପୁର ପୋଲିସ ଉଭୟ ମୋନିକା ଓ ଘନଶ୍ୟାମଙ୍କ ଆତ୍ମହତ୍ୟାର ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ ମାଟିରୁ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି

ମସ୍କୋ,୨୨।୧୦: ବ୍ରିକ୍ସ ସମ୍ମିଳନୀ ୨୦୨୪ରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରୁଷିଆର କଜାନରେ ପହଞ୍ଚିଛନ୍ତି। କଜାନରେ ପହଞ୍ଚିବା ପରେ ରୁଷୀୟ କଳାକାରମାନେ...

ଧମକ ମିଳୁଥିବାରୁ ସଲମାନଙ୍କ ମେଣ୍ଟାଲ ହେଲଥ ଉପରେ ପଡୁଛି ପ୍ରଭାବ! ସୁଟିଂ କ୍ୟାନସେଲ

ମୁମ୍ବାଇ,୨୨।୧୦: ଏନସିପି ନେତା ବାବା ସିଦ୍ଦିକୀଙ୍କ ମୃତ୍ୟୁ ପରେ ସଲମାନ ଖାନଙ୍କୁ କ୍ରମାଗତ ଭାବରେ ହତ୍ୟା ଧମକ ମିଳୁଛି, ଯେଉଁଥିପାଇଁ ଆଜିକାଲି ସୁପରଷ୍ଟାର ବହୁତ ଚାପରେ...

ଭାରତ-ଚାଇନା ଝଗଡା ଶେଷ, ରୁଷିଆ ସାଥିରେ ଆସିଲେ ପଶ୍ଚିମ ଦେଶର ଦାଦାଗିରି ଶେଷ!

ନୂଆଦିଲ୍ଲୀ,୨୨।୧୦: ଦୀର୍ଘ ୪ ବର୍ଷ ଧରି ଭାରତ ଏବଂ ଚାଇନା ମଧ୍ୟରେ ଚାଲିଥିବା ଉତ୍ତେଜନା ବର୍ତ୍ତମାନ ଶାନ୍ତି ଆଡକୁ ଗତି କରୁଛି। ୨୦୨୦ରେ ଏଲଏସିର ପାଟ୍ରୋଲିଂ...

ଭାଜପାକୁ କେବେ ମିଳିବ ନୂଆ ଅଧ୍ୟକ୍ଷ, ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୨।୧୦: ଗତ କିଛି ମାସ ଧରି ଭାରତୀୟ ଜନତା ଦଳର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଥିଲା, କିନ୍ତୁ ଦଳ...

ନିର୍ବାଚନ ଲଢିବେ ଲରେନ୍ସ ବିଷ୍ଣୋଇ? ଜାଣନ୍ତୁ କିଏ ଦେଇଛି ଅଫର୍‌

ମୁମ୍ବାଇ,୨୨।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଆଉ ଅଧିକ ସମୟ ବାକି ନାହିଁ। ଏହି ସମୟରେ ରାଜନୈତିକ ଦଳର ଏକ ଅଜବ ବିବୃତ୍ତି ସାମ୍ନାକୁ ଆସିଛି।...

ସରକାରଙ୍କ ଚିନ୍ତାଜନକ ତଥ୍ୟ, ସଡ଼କ ଦୁର୍ଘଟଣାରେ ଦିନକୁ ୪୭୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୨।୧୦: ୨୦୨୩ରେ ଦେଶରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟାକୁ ନେଇ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି। କେନ୍ଦ୍ର ସରକାରଙ୍କ ସହ ରାଜ୍ୟଗୁଡିକ ଅଂଶୀଦାର...

ରୁଷିଆ ଯିବା ପୂର୍ବରୁ ସାରା ବିଶ୍ୱକୁ ଏମିତି ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୨।୧୦: ୧୬ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରୁଷିଆର କଜାନ ଅଭିମୁଖେ ବାହାରିଛନ୍ତି। ସେ ସକାଳ ପ୍ରାୟ ୭.୪୦ ସମୟରେ...

ଗ୍ୟାସ ସିଲିଣ୍ଡର ବିସ୍ଫୋରଣ, ୬ ମୃତ

ସିକନ୍ଦରାବାଦ,୨୨।୧୦: ଉତ୍ତର ପ୍ରଦେଶ ସିକନ୍ଦରାବାଦର ଆଶାପୁରୀ କଲୋନୀରେ ଏକ ଘରେ ଘଟିଥିବା ସିଲିଣ୍ଡର ବିସ୍ଫୋରଣରେ ଅତି କମରେ ୬ଜଣଙ୍କର ମୃତ୍ୟୁ ଘଟିଛି। ବୁଲନ୍ଦସହର ଜିଲା ମାଜିଷ୍ଟ୍ରେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri