Categories: ଖେଳ

ଆଇସିସି ନିଯୁକ୍ତ ପ୍ରଥମ ମହିଳା ଅମ୍ପାୟର

ଦୁବାଇ,୧୮ା୧(ପି.ଟି.): ଆଇସିସି ଦ୍ୱାରା ନିଯୁକ୍ତ ପ୍ରଥମ ମହିଳା ଅମ୍ପାୟର ହୋଇଛନ୍ତି ଇଂଲଣ୍ଡର ସୁ ରେଡ୍‌ଫର୍ନ। ପୂର୍ବରୁ ଏକାଧିକ ମହିଳା ଅମ୍ପାୟର କାମ କରିଥିଲେ ମଧ୍ୟ ସେମାନେ ବିଭିନ୍ନ ଦେଶର କ୍ରିକେଟ ବୋର୍ଡ ସହ ଅନୁବନ୍ଧିତ ହୋଇ କାମ କରିଥାନ୍ତି। ତେବେ ରେଡ୍‌ଫର୍ନ ପ୍ରଥମ ମହିଳା ଭାବେ ଆଇସିସି ଦ୍ୱାରା ନିଯୁକ୍ତ ହୋଇଛନ୍ତି। ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ମହିଳା ଟି୨୦ ସିରିଜ୍‌ରେ ପ୍ରଥମ ଥର ରଦରଫୋର୍ଡ ଅମ୍ପାୟରିଂ କରିବେ। ଏହା ସହିତ ଏଣିକି ସମସ୍ତ ମହିଳା ସିରିଜ୍‌ ଓ ମ୍ୟାଚ୍‌ରେ ଜଣେ ମହିଳା ଅମ୍ପାୟରଙ୍କ ଉପସ୍ଥିତି ବାଧ୍ୟତାମୂଳକ କରିଛି ଆଇସିସି। ଆସନ୍ତା ଟି୨୦ ବିଶ୍ୱକପ ପାଇଁ ୭ ମହିଳା ଅମ୍ପାୟରଙ୍କୁ ନିଯୁକ୍ତ କରାଯିବ ବୋଲି ଆଇସିସି ସ୍ପଷ୍ଟ କରିଛି। ଭବିଷ୍ୟତରେ ମହିଳା କ୍ରିକେଟ ପାଇଁ କେବଳ ମହିଳା ଅଫିସିଆଲଙ୍କୁ ନିଯୁକ୍ତି ଦେବା ଦିଗରେ ଏହା ପ୍ରଥମ ପଦକ୍ଷେପ ବୋଲି ଆଇସିସି ପକ୍ଷରୁ କୁହାଯାଇଛି।

Share