Categories: ଖେଳ

ରବିବାର ଖେଳାଯିବ ବର୍ଷର ପ୍ରଥମ ବିଶ୍ୱକପ୍‌, ଭାରତ ପାଇଁ ଇତିହାସ ରଚିବାର ସୂବର୍ଣ୍ଣ ସୁଯୋଗ

ପୋଚେଫଷ୍ଟରୁମ୍‌,୨୮।୧: ରବିବାର ଅର୍ଥାତ ଜାନୁୟାରୀ ୨୯ ଭାରତର ଅଣ୍ଡର-୧୯ ମହିଳା ଟିମ୍‌ ଲାଗି ବହୁତ ସ୍ବତନ୍ତ୍ର ରହିବ। ଏହି ଦିନ ଶେଫାଳୀ ବର୍ମା ନେତୃତ୍ୱାଧୀନ ଭାରତୀୟ ଟିମ୍‌ ପାଖରେ ଇତିହାସ ସୃଷ୍ଟି କରିବା ଏବଂ ନିଜ ଦେଶ ପାଇଁ ପ୍ରଥମ ବିଶ୍ୱକପ୍‌ ଜିତିବା ଲାଗି ସୂବର୍ଣ୍ଣ ସୁଯୋଗ ରହିବ।

ଦକ୍ଷିଣ ଆଫ୍ରିକା ଆୟୋଜନରେ ଆଇସିସି ଅଣ୍ଡର-୧୯ ଟି୨୦ ବିଶ୍ୱକପ୍‌ ଖେଳାଯାଉଛି। ଏହି ବିଶ୍ୱକପ୍‌ର ଏହା ପ୍ରଥମ ସିଜନ ଏବଂ ଭାରତ ଏହାର ଫାଇନାଲରେ ପ୍ରବେଶ କରଥିବା ପ୍ରଥମ ଟିମ୍‌ ହୋଇଛି। ବିଶ୍ୱକପ୍‌ ଟାଇଟଲ ଲାଗି ମ୍ୟାଚ୍‌ ରବିବାର ଭାରତୀୟ ସମୟ ଅପରାହ୍ନ ୫ଟାରୁ ପୋଟଫେଷ୍ଟରୁମ୍‌ର ସେନ୍ବେସ ପାର୍କରେ ଖେଳାଯିବ। ଏହି ମଇଦାନରେ ଭାରତୀୟ ଟିମ୍‌ ନ୍ୟୁଜିଲାଣ୍ଡ ବିପକ୍ଷରେ ସେମିଫାଇନାଲ ମୁକାବିଲା ଖେଳିଥିଲା। ଏଥିରେ ଦଳ ବିଜେତା ହୋଇଥିଲା। ଫାଇନାଲରେ ଭାରତ ଇଂଲଣ୍ଡ ବିପକ୍ଷରେ ଖେଳିବ। ଏହି ମ୍ୟାଚ୍‌ ଜିତିବା ସେତେଟା ସହଜ ହେବ ନାହିଁ।

Share