Categories: ବାଣିଜ୍ୟ

୧୨୬% ସ୍ତରରେ ବିତ୍ତୀୟ ନିଅଣ୍ଟ

ନୂଆଦିଲ୍ଲୀ,୨୭।୧୧: ଦେଶର ବିତ୍ତୀୟ ନିଅଣ୍ଟ ୭ ମାସରେ ୯.୫୩ ଲକ୍ଷ କୋଟି ଟଙ୍କା ଛୁଇଁଛି। ଚଳିତ ଆର୍ଥିକ ବର୍ଷ ବଜେଟରେ ହୋଇଥିବା ଧାର୍ଯ୍ୟ ଲକ୍ଷ୍ୟର ଏହା ୧୨୬.୭% ସ୍ତରରେ ରହିଛି। ସରକାରଙ୍କ ଆୟ ଏବଂ ବ୍ୟୟ ମଧ୍ୟରେ ରହିଥିବା ପାର୍ଥକ୍ୟକୁ ବିତ୍ତୀୟ ନିଅଣ୍ଟ କୁହାଯାଏ। ଅର୍ଥାତ ସରକାର ଯେତିକି ଆୟ କରନ୍ତି ଏହା ଠାରୁ ଖର୍ଚ୍ଚ ବଢିଗଲେ ଏହା ରାଜକୋଷ ଉପରେ ଚାପ ପକାଇଥାଏ। ସରକାର ଏହି ସମୟ ମଧ୍ୟରେ ୫.୭୬ ଲକ୍ଷ କୋଟି ଟଙ୍କାର ନେଟ୍‌ ଟିକସ ସଂଗ୍ରହ କରିଛନ୍ତି। ଗତ ବର୍ଷ ତୁଳନାରେ ଟିକସ ସଂଗ୍ରହ ୧୫.୭% ହ୍ରାସ ପାଇଛି। ସେହିଭଳି ସରକାରଙ୍କ ମୋଟ ଖର୍ଚ୍ଚ ବିଚାର କରିଲେ ଏହା ୧୬.୬ ଲକ୍ଷ କୋଟି ଟଙ୍କା ରହିଥିବା ସରକାରୀ ରିପୋର୍ଟରୁ ସାମ୍ନାକୁ ଆସିଛି। ୨୦୨୦-୨୧ ଆର୍ଥତ୍କ ବର୍ଷରେ ବିତ୍ତୀୟ ନିଅଣ୍ଟ ୮% ଟପିବା ନେଇ ଆକଳନ କରାଯାଇଛି। ଏହା ମୋଟ ଜିଡିପିର ୩.୫% ସ୍ତରରେ ରହିବ ବୋଲି ସରକାର କହିଥିଲେ। କରୋନା ମହାମାରୀ ଯୋଗୁ ସରକାରଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡୁଥିବାରୁ ବିତ୍ତୀୟ ନିଅଣ୍ଟ ବଢିଥିବା ଜଣାପଡିଛି।

Share