Posted inଜାତୀୟ

ମାଛ, ହାତୀ-ଘୋଡା ଯାହା ଖାଉଛ ଖାଅ,ଦେଖାଇବା ଆବଶ୍ୟକତା କ’ଣ: ତେଜସ୍ବୀଙ୍କୁ ରାଜନାଥଙ୍କ ପ୍ରଶ୍ନ

ପାଟନା,୧୪।୪: ଯେଉଁମାନେ ଜେଲରେ ଅଛନ୍ତି ଏବଂ ଜାମିନରେ ଆସିଛନ୍ତି ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜେଲକୁ ପଠାଇବା ବିଷୟରେ କହୁଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ଝିଅ ମିସା ଭାରତୀ ଏବଂ ପୁଅ ତେଜସ୍ବୀ ଯାଦବଙ୍କ ଉପରେ ସେ ବର୍ଷିଛନ୍ତି। ତେଜସ୍ବୀଙ୍କୁ ଟାର୍ଗେଟ କରି ରାଜନାଥ ସିଂ ଅଭିଯୋଗ କରିଛନ୍ତି ଯେ, କିଛି ନେତା ଭୋଟରଙ୍କ ଏକ ବର୍ଗକୁ ଖୁସି କରିବା ପାଇଁ ନବରାତ୍ରୀ ସମୟରେ ମାଂସାହାରୀ ଖାଦ୍ୟର ଭିଜୁଆଲ ପୋଷ୍ଟ କରୁଛନ୍ତି।
ତେଜସ୍ବୀ ଯାଦବଙ୍କ ନାମ ନ ରଖି ରାଜନାଥ ସିଂ ବିହାରର ଜାମୋଇରେ ଏକ ପାର୍ଟି ସଭାରେ କହିଛନ୍ତି, ଆପଣ ନବରାତ୍ରୀ ସମୟରେ ମାଛ ଖାଉଛନ୍ତି। ଆପଣ କେଉଁ ବାର୍ତ୍ତା ପଠାଇବାକୁ ଚାହୁଁଛନ୍ତି? ଆପଣ ଯାହା ଚାହଁୁଛ ମାଛ, ଘୁଷୁରୀ, କପୋତ, ହାତୀ, ଘୋଡା ଯାହା ଖାଇବାର ଅଛି ଖାଅ, ଦେଖାଇବାର ଆବଶ୍ୟକତା କ’ଣ? ଏହା କେବଳ ଭୋଟ ପାଇଁ, ଆପତ୍ତିଜନକ ରାଜନୀତି ପାଇଁ କରୁଛ। ସେ ଭାବୁଛନ୍ତି ଯେ ଏକ ନିର୍ଦ୍ଦିଷ୍ଟ ଧର୍ମର ଲୋକମାନେ ଏହି କାରଣରୁ ସେମାନଙ୍କୁ ଭୋଟ ଦେବେ। ଲାଲୁ ଜୀ ମୁଁ ଏପରି ଲୋକଙ୍କୁ ସମ୍ଭାଳିବାକୁ ଆପଣଙ୍କୁ ଅନୁରୋଧ କରୁଛି।
ଉପରୋକ୍ତ ମନ୍ତବ୍ୟ ମାଧ୍ୟମରେ ପ୍ରତିରକ୍ଷା ମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ନିକଟରେ ତାଙ୍କୁ ଭିଡିଓ ପାଇଁ ଟାର୍ଗେଟ କରିଛନ୍ତି, ଯେଉଁଥିରେ ସେ ମାଛ ଖାଉଥିବାର ନଜର ଆସିଛନ୍ତି। ନବରାତ୍ରୀ ପର୍ବ ଆରମ୍ଭ ହେବା ପରେ ଏହି ଭିଡିଓ ପୋଷ୍ଟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ଭଲରୁ ମିଳିଲା ୧୫୦ ବର୍ଷର ପୁରୁଣା କୂଅ, ସୁଡ଼ଙ୍ଗ

ସମ୍ଭଲ, ୨୩।୧୨: ଉତ୍ତରପ୍ରଦେଶର ସମ୍ଭଲସ୍ଥିତ ଚନ୍ଦୌସିଠାରେ ରବିବାର ଏକ ଜମିକୁ ଖନନ କରାଯାଉଥିବାବେଳେ ୧୫୦ ବର୍ଷର ପୁରୁଣା ଏକ ବିଶାଳକାୟ ପାହାଚ ବିଶିଷ୍ଟ କୂଅ ମିଳିଛି। ସେହିପରି...

କୁଏଟ୍‌ରେ ଗଞ୍ଜାମ ଶ୍ରମିକଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୩ା୧୨: କୁଏଟ୍‌ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ରହୁଥିବା ଗଞ୍ଜାମ ଜିଲାର ଜଣେ ଶ୍ରମିକଙ୍କ ସହ ଶନିବାର କଥା ହୋଇଥିଲେ। ବବୁଲ ନାମକ...

କୁଏତ ଗସ୍ତ ସାରି ଫେରିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୨।୧୨: ଦୁଇ ଦିନିଆ କୁଏତ ଗସ୍ତ ସାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାତିରେ ଦିଲ୍ଲୀରେ ପହଞ୍ଚିଛନ୍ତି। କୁଏତରେ ପ୍ରଧାନମନ୍ତ୍ରୀ ଦିନ ତମାମ ବିଭିନ୍ନ କାର୍ଯ୍ୟକ୍ରମରେ...

ଇଚ୍ଛାମୃତ୍ୟୁ ଦାବି କରିଥିବା କୃଷକଙ୍କୁ ୯.୯୧ ଲକ୍ଷ ଟଙ୍କା ଜରିମାନା:ଜାଣନ୍ତୁ କାହିଁକି

ଝୁନ୍‌ଝୁନୁ,୨୨ା୧୨:ଇଚ୍ଛାମୃତ୍ୟୁ ଦାବି କରୁଥିବା ରାଜସ୍ଥାନ ଝୁନ୍‌ଝୁନୁ ଜିଲାର ଜଣେ କୃଷକ ଓ ତାଙ୍କ ପରିବାର ଆତ୍ମଦାହ ଉଦ୍ୟମ କରୁଥିବାବେଳେ ପୋଲିସ ପହଞ୍ଚତ୍ ସେମାନଙ୍କୁ ଅଟକାଇଥିଲା। ଶ୍ରୀ...

ବଢିଲା ରାହୁଲ ଗାନ୍ଧୀଙ୍କ ଅଡ଼ୁଆ: ସମନ ପଠାଇଲେ କୋର୍ଟ

ବରେଲି,୨୨ା୧୨:ଲୋକ ସଭା ନିର୍ବାଚନ ସମୟରେ ଅର୍ଥନୈତିକ ସର୍ଭେକୁ ନେଇ କଂଗ୍ରେସ ଏମ୍‌ପି ତଥା ଲେକା ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟ...

ଅଲ୍ଲୁ ଅର୍ଜୁନଙ୍କ ଘର ଉପରକୁ ପଥର ମାଡ଼

ହାଇଦ୍ରାବାଦ,୨୨ା୧୨:ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଡିସେମ୍ବର ୪ରେ ‘ପୁଷ୍ପା-୨: ଦି ରୁଲ୍‌’ ଚଳଚ୍ଚିତ୍ରର ପ୍ରିମିୟର ଚାଲିଥିବାବେଳେ ଅଭିନେତା ଅଲ୍ଲୁ ଅର୍ଜୁନ ହଠାତ୍‌ ସେଠାରେ ପହଞ୍ଚତ୍ୟିବାରୁ ଦଳାଚକଟା ଘଟି...

ଜୟପୁର ଦୁର୍ଘଟଣାର ଛାତିଥରା କାହାଣୀ: ଜଳନ୍ତା ଅବସ୍ଥାରେ ଅଢେଇ କିଲୋମିଟର ଦୌଡିଲେ ୩୦ ଲୋକ

ଜୟପୁର,୨୨।୧୨: ରାଜସ୍ଥାନ ଜୟପୁରରେ ହୋଇଥିବା ଭୟଙ୍କର ସଡ଼କ ଦୁର୍ଘଟଣା ଏବେ ପର୍ଯ୍ୟନ୍ତ ଲୋକଙ୍କ ମନରୁ ଲିଭି ନାହିଁ। ଏହି ଦୁର୍ଘଟଣାରେ ୧୪ ଜଣ ଜୀବନ୍ତ ଦଗ୍ଧ...

ବିବାହ ପାଇଁ ପ୍ରସ୍ତୁତ ହେଉଥିବା ପରିବାର ଏବେ ଅପେକ୍ଷା କରିଛନ୍ତି ଝିଅର ମୃତ ଦେହକୁ

ଶିମଲା,୨୨।୧୨: ପଞ୍ଜାବର ସୋହାନା, ମୋହାଲିରେ ଭୁଷୁଡି ପଡିଥିବା ବିଲଡିଂକୁ ନେଇ ହିମାଚଳ ପ୍ରଦେଶର ଏକ ପରିବାରରେ ଶୋକର ଛାୟା ଖେଳିଯାଇଛି। ନିଜ ଝିଅର ବିବାହ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri