ରାଜ୍ୟ ବନ୍ଦରରୁ ବିଦେଶକୁ ମାଛ ରପ୍ତାନି ଯୋଜନା

ଭୁବନେଶ୍ୱର,୩।୭(ବ୍ୟୁରୋ): ରାଜ୍ୟରେ ଥିବା ବନ୍ଦର ବାଟ ଦେଇ ବିଦେଶକୁ ସାମୁଦ୍ରିକ ମାଛ ରପ୍ତାନି କରିବା ପାଇଁ ଯୋଜନା କରାଯାଉଛି। ଏନେଇ ପ୍ରଶାସନିକ ସ୍ତରରେ ଉଦ୍ୟମ କରାଯିବ ବୋଲି ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି। ଗୁରୁବାର ଆୟୋଜିତ ରପ୍ତାନି ଉନ୍ନୟନ ବାଣିଜ୍ୟ ନିର୍ଦ୍ଦେଶାଳୟର ଏକ ସମୀକ୍ଷା ବୈଠକରେ ସାହୁ କହିଛନ୍ତି ଯେ, କେନ୍ଦ୍ରୀୟ ଡେପୁଟେଶନରୁ ଫେରି ରାଜ୍ୟ ସରକାର ଏମ୍‌ଏସ୍‌ଏମ୍‌ଇ ବିଭାଗ ପ୍ରମୁଖ ଶାସନ ସଚିବଭାବେ ଦାୟିତ୍ୱ ନେବାପରେ ପ୍ରଥମ ବୈଠକ ଆୟୋଜନ କରି ଏହି ନିର୍ଦ୍ଦେଶାଳୟର ସମସ୍ତ କାର୍ଯ୍ୟକ୍ରମ ଉପରେ ଅବଗତ ହୋଇଥିଲେ ା ସମ୍ପ୍ରତି ରାଜ୍ୟର ବନ୍ଦରଗୁଡ଼ିକରୁ ସାମୁଦ୍ରିକ ମତ୍ସ୍ୟ ରପ୍ତାନି ପାଇଁ ସୁଯୋଗ ନ ଥିବା ଏବଂ ଏଥିପାଇଁ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ବନ୍ଦର ଉପରେ ନିର୍ଭର କରୁଥିବା ନେଇ ଅବଗତ ହେବାପରେ ଏ ଦିଗରେ ପଦକ୍ଷେପ ନିଆଯାଇ ରହିଥିବା ସମସ୍ୟାର ସମାଧାନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଏନେଇ ଅଧିକ ଅନୁଧ୍ୟାନ କରିବାକୁ ସେ ଅଧିକାରୀମାନଙ୍କୁ କହିଛନ୍ତି।

Share