ଚିଙ୍ଗୁଡ଼ି ଫାର୍ମରେ ବିଷ ପକାଇ ମାରିଦେଲେ , ଜଣେ ଗିରଫ

ଚାନ୍ଦବାଲି,୯।୧୦ (କିଶାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ଏନ୍‌ଏସି ଅଧୀନ ବାଲିଗାଁରେ ଚିଙ୍ଗୁଡ଼ି ଘେରି ମଧ୍ୟରୁ ଚୋରି ପରେ ଫାର୍ମରେ ବିଷ ପକାଇ ଲକ୍ଷାଧିକ ଟଙ୍କାର ମାଛ ମାରି ଦେଇଥିବା ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରିଛି। ସେ ହେଲେ ବାଲିଗାଁର ରାଜା ମହାଳିକ। ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି।
ଏନେଇ ଚିଙ୍ଗୁଡ଼ି ଫାର୍ମ ମାଲିକ ଅକ୍ଷୟ ସାହୁଙ୍କ ଅଭିଯୋଗକ୍ରମେ ଚାନ୍ଦବାଲି ଥାନାରେ ମାମଲା (ନଂ. ୩୦୬/୨୩) ରୁଜୁ ହୋଇଛି।