ବନ ବିଭାଗ ଉପରେ ମାଛ ମାଫିଆଙ୍କ ଆକ୍ରମଣ: ଫାୟାରିଂ କରି ୮ ଜଣଙ୍କୁ ଛଡ଼ାଇ ନେଲେ

କେନ୍ଦ୍ରାପଡା,୧୨।୧: ରାଜନଗର ଗହୀରମଥା ଗଭୀର ସମୁଦ୍ରରେ ବନ ବିଭାଗ ପାଟ୍ରୋଲିଂ ଟିମ୍ ଉପରେ ମାଛ ମାଫିଆଙ୍କ ଆକ୍ରମଣ। ବେଆଇନ ଭାବେ ମାଛ ମାରୁଥିବା ତାରିଣୀ ୩ ଟ୍ରଲର ସହିତ ୯ ମତ୍ସ୍ୟଜୀବୀଙ୍କୁ ବନବିଭାଗ କାବୁ କରି ଆଣୁଥିବା ସମୟରେ ୬ ଟି ଟ୍ରଲର ସଂଘବଦ୍ଧ ଭାବେ ଆକ୍ରମଣ କରିବା ସହ ଗୁଳି ଫୁଟାଇ ୮ ମତ୍ସ୍ୟଜୀବୀଙ୍କୁ ଜୋର୍ ଜବରଦସ୍ତ ବନ କର୍ମଚାରୀଙ୍କଠାରୁ ଛଡାଇ ନେଇଛନ୍ତି ମାଛ ମାଫିଆ।

ବନ କର୍ମଚାରୀ ଗହୀରମଥା ବାବୁବାଲି ଠାରେ ବେଆଇନଭାବେ ଟ୍ରଲର ମାଛ ମାରୁଥିବା ବେଳେ ଟ୍ରଲର ସହିତ ୯ ଜଣ ମତ୍ସ୍ୟଜୀବୀଙ୍କୁ କାବୁ କରିଥିଲା ବନବିଭାଗ। ପାଟ୍ରୋଲିଂ ଟିମ୍ ଜବତ ଟ୍ରଲରକୁ ଧରି କୂଳକୁ ଫେରୁଥିବା ବେଳେ ୬ଟି ଟ୍ରଲର ଏକଜୁଟ ହୋଇ ବନଯାଗ ଟିମ୍ କୁ ଆକ୍ରମଣ କରିବା ସହ ବନବିଭାଗ କାବୁ କରିଥିବା ତାରିଣୀ ୩ ଟ୍ରଲରକୁ ଜୋର୍ ଜବରଦସ୍ତ ଖସେଇନେବାକୁ ଉଦ୍ୟମ କରିଥିଲେ।

ଏହି ସମୟରେ ମାଛ ମାଫିଆ ବନବିଭାଗ ମୁହାଁମୁହିଁ ହୋଇ ଗୁଳି ଫୁଟିଥିଲା ଫଳରେ ମାଛ ମାଫିଆ ଟ୍ରଲର ଟିକୁ ଛାଡି ୮ ମତ୍ସ୍ୟଜୀବୀଙ୍କୁ ଖସାଇ ନେଇଛନ୍ତି । ଏହି ଘଟଣାକୁ ବନବିଭାଗ ଗୁରୁତର ସହିତ ନେବା ସହିତ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ସୁରକ୍ଷାକୁ କଡାକଡି କରାଯିବ ବୋଲିି କହିଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ।

Share