ପୁରୀ ସମୁଦ୍ରରେ ମାଛ ମଡ଼କ

ପୁରୀ ଅଫିସ,୧୬।୧୧: ପୁରୀ ବେଳାଭୂମିରେ ଶହ ଶହ ମାଛ ମରି ପଡ଼ିଥିବା ସୋମବାର ଦେଖିବାକୁ ମିଳିଛି। ସ୍ବର୍ଗଦ୍ୱାରଠାରୁ କ୍ୟାମେଲିଆ ପର୍ଯ୍ୟନ୍ତ ବେଳାଭୂମିରେ ମାଛ ମରିପଡ଼ିଛନ୍ତି। ମାଛଗୁଡ଼ିକ ଡିସ୍କୋ କୋକଲି ପ୍ରଜାତିର ବୋଲି କୁହାଯାଉଛି। ତେବେ ଏହି ମାଛ ମଡ଼କର ପ୍ରକୃତ କାରଣ ଜଣାପଡ଼ିନାହିଁ। ପ୍ରଦୂଷଣଜନିତ କିମ୍ବା ଲଘୁଚାପ ପ୍ରଭାବ ଏହାର କାରଣ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ପୂର୍ବରୁ ଗତ ମେ ମାସରେ ଚକ୍ରତୀର୍ଥ ରୋଡ୍‌ ସଂଶ୍ଲିଷ୍ଟ ବେଳାଭୂମିରେ ମାଛ ମଡ଼କ ଦେଖିବାକୁ ମିଳିଥିଲା। ନଭେମ୍ବର ୧ ତାରିଖରୁ ଅଲିଭ ରିଡ୍‌ଲେ କଇଁଛଙ୍କ ପ୍ରଜନନ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ପୁରୀ ସମୁଦ୍ରରେ ମାଛଧରାକୁ ବନ୍ଦ ରଖାଯାଇଛି। ତେବେ ମାଛ ମଡ଼କ ସମ୍ପର୍କରେ ମତ୍ସ୍ୟଜୀବୀ ରାଜୀବ ରେଡ୍ଡୀ କହିଛନ୍ତି, ସମୁଦ୍ରରେ ଶହ ଶହ ଟ୍ରଲର ଚଳାଚଳ କରିଥାଏ। ଏହି ସମୟରେ କେତେକ ଟ୍ରଲରରୁ ଡିଜେଲ୍‌ ଲିକ୍‌ ହୋଇ ସମୁଦ୍ର ପାଣିରେ ମିଶିଥାଏ। ଏହା ସଂସ୍ପର୍ଶରେ ଆସୁଥିବା ମାଛଗୁଡ଼ିକଙ୍କର ମୃତ୍ୟୁ ହୋଇଥାଏ। ସେହିପରି ପରିବେଶବିତ୍‌ ଚିନ୍ମୟ ଦାଶ କହିଛନ୍ତି, ସଂପୃକ୍ତ ମଲାମାଛଗୁଡ଼ିକୁ ନିଆଯାଇ ଲାବୋରୋଟରିରେ ପରୀକ୍ଷଣ କରାଯିବା ଆବଶ୍ୟକ। ଠିକ ପରୀକ୍ଷଣ ମାଧ୍ୟମରେ ମାଛ ମଡ଼କର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିବ। ଫଳରେ ପ୍ରଶାସନ ପକ୍ଷରୁ ଏନେଇ ଉପଯୁକ୍ତ ପଦକ୍ଷେପ ନିଆଯାପାରିବ।
ପୁରୀ ବେଳାଭୂମିରେ ଶହ ଶହ ମାଛ ମରି ପଡ଼ିଥିବା ସୋମବାର ଦେଖିବାକୁ ମିଳିଛି। ସ୍ବର୍ଗଦ୍ୱାରଠାରୁ କ୍ୟାମେଲିଆ ପର୍ଯ୍ୟନ୍ତ ବେଳାଭୂମିରେ ମାଛ ମରିପଡ଼ିଛନ୍ତି। ମାଛଗୁଡ଼ିକ ଡିସ୍କୋ କୋକଲି ପ୍ରଜାତିର ବୋଲି କୁହାଯାଉଛି। ତେବେ ଏହି ମାଛ ମଡ଼କର ପ୍ରକୃତ କାରଣ ଜଣାପଡ଼ିନାହିଁ। ପ୍ରଦୂଷଣଜନିତ କିମ୍ବା ଲଘୁଚାପ ପ୍ରଭାବ ଏହାର କାରଣ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ପୂର୍ବରୁ ଗତ ମେ ମାସରେ ଚକ୍ରତୀର୍ଥ ରୋଡ୍‌ ସଂଶ୍ଲିଷ୍ଟ ବେଳାଭୂମିରେ ମାଛ ମଡ଼କ ଦେଖିବାକୁ ମିଳିଥିଲା। ନଭେମ୍ବର ୧ ତାରିଖରୁ ଅଲିଭ ରିଡ୍‌ଲେ କଇଁଛଙ୍କ ପ୍ରଜନନ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ପୁରୀ ସମୁଦ୍ରରେ ମାଛଧରାକୁ ବନ୍ଦ ରଖାଯାଇଛି। ତେବେ ମାଛ ମଡ଼କ ସମ୍ପର୍କରେ ମତ୍ସ୍ୟଜୀବୀ ରାଜୀବ ରେଡ୍ଡୀ କହିଛନ୍ତି, ସମୁଦ୍ରରେ ଶହ ଶହ ଟ୍ରଲର ଚଳାଚଳ କରିଥାଏ। ଏହି ସମୟରେ କେତେକ ଟ୍ରଲରରୁ ଡିଜେଲ୍‌ ଲିକ୍‌ ହୋଇ ସମୁଦ୍ର ପାଣିରେ ମିଶିଥାଏ। ଏହା ସଂସ୍ପର୍ଶରେ ଆସୁଥିବା ମାଛଗୁଡ଼ିକଙ୍କର ମୃତ୍ୟୁ ହୋଇଥାଏ। ସେହିପରି ପରିବେଶବିତ୍‌ ଚିନ୍ମୟ ଦାଶ କହିଛନ୍ତି, ସଂପୃକ୍ତ ମଲାମାଛଗୁଡ଼ିକୁ ନିଆଯାଇ ଲାବୋରୋଟରିରେ ପରୀକ୍ଷଣ କରାଯିବା ଆବଶ୍ୟକ। ଠିକ ପରୀକ୍ଷଣ ମାଧ୍ୟମରେ ମାଛ ମଡ଼କର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିବ। ଫଳରେ ପ୍ରଶାସନ ପକ୍ଷରୁ ଏନେଇ ଉପଯୁକ୍ତ ପଦକ୍ଷେପ ନିଆଯାପାରିବ।

Share