ମାଛ ମଡକ: ଚିନ୍ତାରେ ଚାଷୀ

ଦାରିଙ୍ଗବାଡି,୩।୧୦(ଡି.ଏନ.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ୍‌ ସିମନବାଡି ପଞ୍ଚାୟତ କାରିପାଙ୍ଗା ଗ୍ରାମରେ ମାଛ ମଡକ ଦେଖାଯାଇଛି। ଗ୍ରାମର ଅମରେନ୍ଦ୍ର ପ୍ରଧାନ ଦେଶୀ ପ୍ରଣାଳୀରେ ମାଛ ଚାଷ କରୁଥିବା ବେଳେ ଏବେ ମାଛ ମଡକକୁ ନେଇ ଲକ୍ଷାଧିକ ଟଙ୍କା କ୍ଷତି ହୋଇଥିବା ସେ କହିଛନ୍ତି। ଗତ କିଛିଦିନ ତଳେ ତାଙ୍କ ପୋଖରୀରେ ମାଛ ଯାଆଁଳା ଛାଡ଼ିଥିବା ବେଳେ ସୋମବାର ସମସ୍ତ ଯାଆଁଳାଗୁଡିକ ପାଣିରେ ମରି ଭାସୁଥିବା ଦେଖିବାକୁ ମିଳିଛି। ଏଠାରେ ମତ୍ସ୍ୟ ବିଭାଗର କୌଣସି ଅଧିକାରୀ ନ ଥିବା ବେଳେ କେଉଁ କାରଣରୁ ଏଭଳି ମଡକ ଦେଖାଯାଇଛି ସେ ଜାଣିପାରୁନାହାନ୍ତି।
ପ୍ରକାଶ ଯେ, ଦାରିଙ୍ଗବାଡି ଅଞ୍ଚଳ ଆନ୍ଧ୍ର ମାଛ ଉପରେ ନିର୍ଭର କରୁଥିବା ବେଳେ ଏବେ କିଛି ବର୍ଷ ହେଲା ସରକାରଙ୍କ ମୋ ପୋଖରୀ ଯୋଜନାରେ ପୋଖରୀ ଓ ମାଛ ଚାଷକୁ ଅଞ୍ଚଳରେ ଗୁରୁତ୍ୱ ଦିଆଯାଉଛି। ଏପରିକି ସ୍ଥାନୀୟ ଲୋକ ମାଛ ଚାଷ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ବର୍ତ୍ତମାନ ମାଛ ମଡକ ଚାଷୀଙ୍କୁ ଚିନ୍ତାରେ ପକାଇଛି।

Share